www.samajalive.in
Sunday, December 7, 2025
14.1 C
Bhubaneswar

ଚଲାରୁ ଗଳୁନି ପାଣି: ଭିଡ଼ିଓ ଦେଖିଲେ ଆପଣ ବି ହେବ ଚକିତ

ସମାଜ ଡିଜିଟାଲ ଡେସ୍କ: ସୋସିଆଲ ମିଡ଼ିଆରେ ଅନେକ ଲୋକ ଏଭଳି କିଛି ଭିଡ଼ିଓ ଅପଲୋଡ କରିଥାନ୍ତି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । କିଛି ସୋସିଆଲ ମିଡ଼ିଆ ବ୍ୟବହାରକାରୀ ଏହି ଲୋକଙ୍କ କାର୍ଯ୍ୟକଳାପକୁ ପସନ୍ଦ କରିଥିବା ବେଳେ ଅନେକ ଏହାକୁ ସମାଲୋଚନା କରିଥାନ୍ତି । ଏବେ ଏପରି ଏକ ଭାଇରାଲ ଭିଡ଼ିଓ ଦେଖି ସୋସିଆଲ ମିଡ଼ିଆ ବ୍ୟବହାରକାରୀ କହିଛନ୍ତି ପ୍ରକୃତରେ ଏହା କିପରି ସମ୍ଭବ ହୋଇପାରେ ।
ଚଲା କିଭଳି ଗଳୁନି ପାଣି
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଜଣେ ଯୁବକ ଅନ୍ୟ ଜଣଙ୍କ ସହ କଥା ହେଇ କହୁଛନ୍ତି ଯେ ଏହା ଗଙ୍ଗ ମାଙ୍କ ଜଳ, ଏଥିରେ ବହୁ ଚମତ୍କାର ରହିଛି । ଯୁବକ ଜଣଙ୍କ କାଗଜ ଗ୍ଲାସରେ ପାଣି ଭର୍ତ୍ତି କରି ଗୋଟିଏ ହାତରେ ଧରିଥିବା ବେଳେ ଅନ୍ୟଟିରେ ଚଲାଟିଏ ଧରି ସେଥିରେ ଢାଳିଛନ୍ତି । କିଛି ସମୟ ପର ଯୁବକ ଜଣଙ୍କ କହୁଛନ୍ତି ଦେଖିବେ ଏବେ ଏହି ପାଣି ଚଲାରୁ ତଳକୁ ପଡିବ ନାହିଁ । ଗୋଟିଏ ଗ୍ଲାସ ପାଣିକୁ ଚଲାରେ ଓଲଟାଇ ତଳେ ହାତ ରଖିଥିବା ଯୁବକ କିଛି ସମୟ ପରେ ହାତ କାଢି ଦେଇଥିଲେ । ଆଶ୍ଚର୍ଯ୍ୟର କଥା ହେଲା ଚଲାରୁ ବୁନ୍ଦାଏ ବି ପାଣି ତଳେ ପଡିନଥିଲା । ଏହା ଗଙ୍ଗା ମାଙ୍କ ଚମତ୍କାର ବୋଲି ଯୁବକ ଜଣଙ୍କ କହୁଛନ୍ତି । କିନ୍ତୁ ଆପଣଙ୍କୁ ଏଠାରେ କହି ରଖୁ ଏହା ଏକ ବୈଜ୍ଞାନକି କାରଣ ହୋଇପାରେ । ବିଜ୍ଞାନ ପଦ୍ଧତିରେ ଆପଣ ଚଲାରୁ ପାଣିରୁ ଖସିବା ବନ୍ଦ କରିପାରିବେ । ଏହାକୁ ଭୂପୃଷ୍ଠ ଟେନସନ କୁହାଯାଏ । ବାସ୍ତବରେ ଯେତେବେଳେ ଆପଣ ସାବଧାନତାର ସହ ଚଲା ଉପରେ ରଖାଯାଇଥିବା ଗ୍ଲାସକୁ କାଢିବେ ସେଠାରେ ଏକ ସ୍ତର ସୃଷ୍ଟି ହୁଏ, ଯାହା ଜଳକୁ ଖସିଯିବାକୁ ଅଟକାଇଥାଏ ।
ଏହି ଭିଡ଼ିଓ ଦେଖିବା ପରେ ଅନେକ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ମାନେ କହିଛନ୍ତି ଯେ ଏହା ଚମତ୍କାର ନୁହେଁ ବିଜ୍ଞାନ । ଆଉ କେହି କହିଛନ୍ତି ଏପରି ଭିଡ଼ିଓ ଦେଖାଇ ଲୋକଙ୍କୁ ବୋକା ବନାଉଥିବା ଏଭଳି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories