www.samajalive.in
Monday, December 15, 2025
17.1 C
Bhubaneswar

୨୬ଦିନ ପରେ ଆମ ଆଦମୀ ପାର୍ଟିର ଗଣଧାରଣା ସ୍ଥଗିତ

କଣ୍ଟାବାଞ୍ଜି: ଜନସାଧାରଣଙ୍କ ହିତ ପାଇଁ ଆମ ଆଦମୀ ପାର୍ଟି ତରଫରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୧୬ ଦଫା ଦାବୀ ନେଇ ଫେବୃଆରୀ ୨୨ ରୁ ଚାଲିଥିବା ଗଣଧାରଣା ୨୬ ଦିନ ପରେ ସ୍ଥଗିତ ହୋଇଛି । ନିର୍ବାଚନ ଆଚରଣ ବିଧି ଲାଗୁ ହେବା କାରଣରୁ ଧାରଣାକୁ ସ୍ଥଗିତ କରାଯାଇଛି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସଭାପତି ସୁରଥ ବେହେରାଙ୍କ ନେତୃତ୍ଵରେ ୧୬ ଟି ଦାବି ନେଇ ଗଣଧାରଣା ଦିଆଯାଇଥିଲା । ଏହି ଗଣଧାରଣାରେ ପ୍ରଶାସନ ତରଫରୁ କୌଣସି ପ୍ରତିଶ୍ରୁତି ଦିଆଯାଇନଥିବା ବେଳେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବାରୁ ନିର୍ବାଚନ ଆଚରଣବିଧି ଲାଗୁ ହେବାରୁ ପାର୍ଟି ବାଧ୍ୟ ହୋଇ ଗଣଧାରଣାକୁ ସ୍ଥଗିତ କରିଛି । ନିର୍ବାଚନ ପରେ ଯଦି ଦାବି ପୂରଣ ନହୁଏ ତେବେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଦଳ ତରଫରୁ କୁହାଯାଇଛି ।

ଏହି ସମାପନ ସଭାରେ ନଗର ସଭାପତି ବିଷ୍ନୁ ପୁଞ୍ଜି, ସମ୍ପାଦକ ହାଡୁ ଛତ୍ରିଆ, ନାରୀ ନେତ୍ରୀ ସୁବର୍ଣ୍ଣ ଲତା ସାହୁ, ବସୁଧା ଦାସ, କପି ରଜା କୁମାର, ହୀରା ଧର ବରିହା ସହ ନଗର ପାଳ ବରିୟାମ ସିଂହ ସାଲୁଜା, ପୂର୍ବତନ ଭାଜପା ସଭାପତି ମୁରାରି ଅଗ୍ରୱାଲ, ଅଗ୍ରୱାଲ ସଭା ଟ୍ରଷ୍ଟ, ଅଖିଳ ଭାରତୀୟ ମାରୱାଡି ମହିଳା ମଞ୍ଚ ସହ ବହୁ ସାମାଜିକ ସଂଗଠନର କର୍ମକର୍ତ୍ତା, ସମାଜସେବୀ ମାନେ ସାମିଲ ହୋଇଥିଲେ ।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories