www.samajalive.in
Saturday, December 6, 2025
26.1 C
Bhubaneswar

ସାଧାରଣ ନିର୍ବାଚନକୁ ନେଇ ପୁଲିସର ଗୁରୁତ୍ବପୂର୍ଣ୍ଣ ବୈଠକ: ସାମାଜିକ ଗଣମାଧ୍ୟମକୁ ଜଗିବେ ଆଇଜି ପାହ୍ୟା ଅଧିକାରୀ

ଭୁବନେଶ୍ବର: ନିର୍ବାଚନ ଆଚରଣବିଧି ଲାଗିବା ପରେ ସଜାଗ ହୋଇଛି ଓଡ଼ିଶା ପୁଲିସ। ସାଧାରଣ ନିର୍ବାଚନ ପୂର୍ବରୁ ସୋମବାର ସୀମାନ୍ତ ରାଜ୍ୟ ପୁଲିସ ସହ ଓଡ଼ିଶା ପୁଲିସର ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ ମହାନିର୍ଦେଶକ ଅରୁଣ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ବୈଠକରେ ସୀମାନ୍ତବର୍ତ୍ତୀ ରାଜ୍ୟ ତଥା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ ପୁଲିସ ସହ ଆଲୋଚନା ହୋଇଛି। ବୈଠକରେ ନିର୍ବାଚନ ଆୟୁକ୍ତଙ୍କ ନିର୍ଦେଶକ୍ରମେ ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ଉପରେ ଗୁରୁତ୍ୱ ଦିଆଯାଇଛି। ନକ୍ସଲ ଅଧ୍ୟୁଷିତ ଜିଲା ଗୁଡ଼ିକରେ ନିର୍ବାଚନ ସମୟରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ତାହା ଉପରେ ବୈଠକରେ ଆଲୋଚନା ହୋଇଛି। ସେପଟେ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ଓ ଭୁଲ ତଥ୍ୟ ଦେଇ ପ୍ରଚାର ପ୍ରସାର ଉପରେ ନଜର ରଖିବା ପାଇଁ ଜଣେ ଆଇଜି ପାହ୍ୟାର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସୀମାନ୍ତ ରାଜ୍ୟ ଓ ନକ୍ସଲ ଜିଲାକୁ ପୁଲିସ ପ୍ରାଧାନ୍ୟ ଦେଇଛି। ସୀମାନ୍ତବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଚୋରା ବନ୍ଧୁକ, ମଦ ଓ ଟଙ୍କା କାରବାର ରୋକିବା ଉପରେ ବୈଠକରେ ଗୁରୁତ୍ଵ ଦିଆଯାଇଥିଲା। ଏଥିପାଇଁ ଜାନୁଆରୀ ପହିଲାରୁ ବ୍ଲକିଂ ଓ ଚେକିଂ କଡ଼ାକଡ଼ି ଚାଲିଥିବା ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ନିର୍ବାଚନ ପୂର୍ବରୁ ସାମାଜିକ ଗଣମାଧ୍ୟମକୁ ପୁଲିସ ଅଧିକ ଗୁରୁତ୍ୱ ଦେଇଛି। ନିର୍ବାଚନ ପୂର୍ବରୁ ମିଥ୍ୟା ଖବର ଓ ଭୁଲ ତଥ୍ୟ ଦେଇ ପ୍ରଚାର ପ୍ରସାର କରିବା ଉପରେ ପୁଲିସ ନଜର ଦେଇଛି। ଏଥିପାଇଁ ଜଣେ ଆଇଜି ରାଙ୍କ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଭୁଲ ତଥ୍ୟ ନିରୀକ୍ଷଣ କରିବା ସହ ସମ୍ପୃକ୍ତ ପୋଷ୍ଟକୁ ପୁଲିସ ବ୍ଲକ କରିବ। ଅନ୍ୟପଟେ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଗତିବିଧି ବଢ଼ିବ ବୋଲି ପୁଲିସ ଆଶଙ୍କା କରିଛି। ସେଥିପାଇଁ ନକ୍ସଲ ପ୍ରଭାବିତ ଅଞ୍ଚଳ ଗୁଡିକରେ ଅଭିଯାନକୁ ଅଧିକ ଗୁରୁତ୍ୱ ଦିଆଯିବା ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ଓଡ଼ିଶା ସୀମାନ୍ତବର୍ତ୍ତୀ ଜିଲାର ସମସ୍ୟା ସମ୍ପର୍କରେ ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ଡିଜିପିଙ୍କୁ ଅବଗତ କରାଯାଇଛି। ମାଓ ଅଞ୍ଚଳରେ ଅବାଧ ନିର୍ବାଚନ ପାଇଁ ଛତିଶଗଡ଼, ତେଲଙ୍ଗାନା ଓ ଆନ୍ଧ୍ର ପୁଲିସ ସହ ସ୍ୱତନ୍ତ୍ର ଆଲୋଚନା କରାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସେହିଭଳି ରାଜ୍ୟରେ ପେସାଗତ ଅପରାଧୀଙ୍କୁ ଗିରଫ ପାଇଁ ସମସ୍ତ ଜିଲା ଏସ୍‌ପିଙ୍କୁ ନିର୍ଦେଶ ରହିଛି ବୋଲି ଆଇଜି ଅପରେସନ ଦେବଦତ୍ତ ସିଂହ କହିଛନ୍ତି। ସୂଚନା ଥାଉକି, ନିର୍ବାଚନ ପାଇଁ କେନ୍ଦ୍ରୀୟ ପୁଲିସ ଫୋର୍ସ ମଧ୍ୟ ରାଜ୍ୟରେ ମୁତୟନ ହେଲେଣି। ସାରା ରାଜ୍ୟରେ ୭୫ କମ୍ପାନୀ ଫୋର୍ସ ନଜର ରଖିବେ। ଏଥିରେ ସିଆର୍‌ପିଏଫ୍‌ର ୩୫ କମ୍ପାନୀ, ବିଏସ୍‌ଏଫ୍‌ର ୩୫ କମ୍ପାନୀ ଓ ସିଆଇଏସ୍‌ଏଫ୍‌ର ୫ କମ୍ପାନୀ ରାଜ୍ୟରେ ମୁତୟନ ହୋଇ ଓଡ଼ିଶା ପୁଲିସ ସହ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ। ଏହି ବୈଠକରେ ଗୁଇନ୍ଦା ନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ମୁଖ୍ୟାଳୟ ଆଇଜି ଯତୀନ୍ଦ୍ର କୋଏଲ, ଏସପି ବାତୁଲା ଗଙ୍ଗାଧର, ଗୁଇନ୍ଦା ଆଇଜି ଅନୁପ ସାହୁ, ଏସ୍‌ଆଇଡବ୍ଲ୍ୟୁ ଡିଆଇଜି ଉମାଶଙ୍କର ଦାଶଙ୍କ ସମେତ ବହୁ ବରିଷ୍ଠ ଆଇପିଏସ୍ ଅଧିକାରୀ ଉପସ୍ଥିତ ଥିଲେ। ଅପରେସନ୍ ଆଇଜି ଦେବଦତ୍ତ ସିଂହ ମଧ୍ୟ ବୈଠକରେ ସାମିଲ ହୋଇଥିଲେ। ଏହାଛଡ଼ା ଆଭାସି ଜରିଆରେ ସବୁ ଜିଲାର ଆରକ୍ଷୀ ଅଧୀକ୍ଷକମାନେ ମଧ୍ୟ ବୈଠକରେ ଯୋଡ଼ି ହୋଇଥିଲେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories