www.samajalive.in
Sunday, December 7, 2025
26.1 C
Bhubaneswar

‘ବିଜୟ ଦିବସ’ ର ସାରମର୍ମ

ପ୍ରତିବର୍ଷ ୧୬ ଡିସେମ୍ବରରେ ଆମେ ‘ବିଜୟ ଦିବସ’ ପାଳନ କରିଥାଉ। କାରଣ ୧୯୭୧ମସିହା ଏହି ଦିନରେ ହିଁ ଭାରତ-ପାକ୍‍ ମଧ୍ୟରେ ହୋଇଥିବା ରକ୍ତରଞ୍ଜିତ ଯୁଦ୍ଧରେ ଭାରତ ବିଜୟ ହାସଲ କରିଥିଲା। ସେହିଦିନଠାରୁ ପ୍ରତ୍ୟେକ ବର୍ଷ ଡିସେମ୍ବର ୧୬କୁ ‘ବିଜୟ ଦିବସ’ ଭାବେ ପାଳନ କରାଯାଉଛି। ତେବେ ଚାଲନ୍ତୁ ଜାଣିବା ୧୯୭୧ ମସିହାର ସେହି ବିଜୟର ଦିନ ବିଷୟରେ କିଛି –

୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ପାକିସ୍ତାନ ପରାଜିତ ହୋଇଥିଲା ଓ ୧୬ଡିସେମ୍ବର ଢାକାରେ ୯୩୦୦୦ ପାକ୍‍ ସେନା ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ। ୧୩ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ପ୍ରାୟ ଅନେକ ଭାରତୀୟ ଯବାନ ଶହୀଦ ହେବା ସହ ହଜାର ହଜାର ଯବାନ ଆହତ ହୋଇଥିଲେ। ପାକ୍‍ ସେନାର ନେତୃତ୍ୱ ନେଇଥିବା ଲେ. ଜେନେରାଲ ଏକେ ନିୟାଜୀ ନିଜ ୯୩ହଜାର ସୈନିକଙ୍କ ସହ ଭାରତୀୟ ସେନାର କମାଣ୍ଡର ଲେ. ଜେନେରାଲ ଜଗଜୀତ ସିଂହ ଅରୋଡ଼ାଙ୍କ ନିକଟରେ ଆତ୍ମସମର୍ପଣ କରି ପରାଜୟ ସ୍ୱୀକାର କରିଥିଲା। ସେହି ସମୟରେ ଜେନେରାଲ ସାମ୍‍ ମାନେକ୍‍ଶା ଭାରତୀୟ ସେନାର ମୁଖ୍ୟ ଥିଲେ। ଏହି ଯୁଦ୍ଧ ପରେ ବିଶ୍ୱ ମାନଚିତ୍ରରେ ବଙ୍ଗଳାଦେଶ ଭାବେ ଗୋଟିଏ ନୂଆ ଦେଶର ଉଦୟ ହେଲା।

ଆଲେଖ୍ୟ- ପ୍ରତିଜ୍ଞା ମିଶ୍ର

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories