ଡେସ୍କ: ମହମ୍ମଦ ମୋକିମ୍ଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। କଟକ ହାଇକୋର୍ଟ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିବା ବେଳେ ଆଜି ସୁପ୍ରିମକୋର୍ଟ ସେହି ରାୟ ଉପରେ ରହିତାଦେଶ ଜାରି କରିଛନ୍ତି। ଗତ ମାର୍ଚ୍ଚ ୩ରେ ହାଇକୋର୍ଟ କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ। ନିର୍ବାଚନୀ ମିଥ୍ୟା ସତ୍ୟପାଠ ମାମଲାରେ ହାଇକୋର୍ଟରେ ଏହି ଅଭିଯୋଗ ପ୍ରମାଣିତ ହୋଇଥିଲା। ନିର୍ବାଚନ ସମୟରେ ସତ୍ୟପାଠ ନିୟମ ମୂତାବକ ଦେଇନଥିବା ଏବଂ ଅନେକ ତଥ୍ୟ ଲୁଚାଇଥିବା ନେଇ କୋର୍ଟ କହିଥିଲେ। ମିଥ୍ୟା ସତ୍ୟପାଠ ନେଇ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଲୋକସଭା ନିର୍ବାଚନ: ବଡ଼ ଧରଣର ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ, ହଟିଲେ ପଶ୍ଚିମବଙ୍ଗ ଡିଜିପି



