www.samajalive.in
Wednesday, November 19, 2025
29.1 C
Bhubaneswar

କିଛି ଦିନ ପରେ ଦୋଳ ଯାତ୍ରା ; ସହରରେ ପଡ଼ିରହିଛି ଅଳିଆ ଗଦା

ଗଞ୍ଜାମ : ଗଞ୍ଜାମ ସହରରେ ପରିମଳ ସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇଥିବା ଦେଖିବାକୁ ମିଳିଛି। ଆଗକୁ ଆଉ କିଛିଟା ଦିନ ପରେ ସହରରେ ଐତିହାସିକ ଦୋଳ ପୂର୍ଣ୍ଣମା ଉତ୍ସବ ହେବାକୁ ଥିବା ବେଳେ ଅନେକ ଜାଗାରେ କୁଢ଼ କୁଢ଼ ଅଳିଆ ପଡିଥିବା ଦେଖିବାକୁ ମିଳିଛି। ଫଳରେ ଏହାକୁ ନେଇ ସାହି ବାସିନ୍ଦା ଓ ବୁଦ୍ଧିଜୀବୀ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଏହି ସମସ୍ୟା ପ୍ରତି ଏନଏସି କର୍ତ୍ତୃପକ୍ଷ ଯଥା ଶୀଘ୍ର ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି।
ସୂଚନାଯୋଗ୍ୟ ଗଞ୍ଜାମର ଐତିହାସିକ ଦୋଳଯାତ୍ରା ପାଇଁ ଗତ କିଛିଦିନ ତଳେ ଗଞ୍ଜାମ ଏନଏସି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଦୋଳଯାତ୍ରାରେ ଲୋକଙ୍କ ସମାଗାମକୁ ଦୃଷ୍ଟିରେ ରଖି ସହରରେ ରହିଥିବା ବିଭିନ୍ନ ସମସ୍ୟାରେ ସମାଧାନ ହେଵ ବୋଲି ନିଷ୍ପତି ହୋଇଥିଲା। କିନ୍ତୁ ଆଦ୍ୟାବଧି କୌଣସି ସମାଧାନ ହୋଇନଥିବା ଦେଖିବାକୁ ମିଳିଛି। ସେହି ପ୍ରସ୍ତୁତି ବୈଠକରେ ସାନ ବଜାର ବଣିକ ସଂଘର ସମ୍ପାଦକ ପ୍ରଭାତ ସାହୁ ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ନେଇ ଏନଏସି କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନଏସି କର୍ତ୍ତୃପକ୍ଷ ଏହାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି ଏହାର ସମାଧାନ ହୋଇନାହିଁ।
ଫଳରେ ସାନ ବଜାର ଠାରୁ ଓଡ଼ିଆ ଢାମଣା ସାହି ମୁଖ୍ୟରାସ୍ତା ଓ ପୁରୁଣା ଜଗନ୍ନାଥ ମନ୍ଦିର ପାଚେରୀ ଠାରୁ ଓଡ଼ିଆ ଢାମଣା ସାହି ପର୍ୟ୍ୟନ୍ତ ଅଳିଆ ଆବର୍ଜନା ପଡି ରହିଥିବା ଦେଖିବାକୁ ମିଳିଛି। ଏନଏସି କତୃପକ୍ଷଙ୍କ ନିର୍ଦ୍ଦିଷ୍ଟ କିଛି ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ରହିଥିବା ଯୋଗୁଁ କାର୍ଯ୍ୟ ଠିକ ଭାବେ ହେଉନି ବୋଲି ଅଭିଯୋଗ କରି ଛନ୍ତି ଲୋକମାନେ।
ପ୍ରକାଶଯୋଗ୍ୟଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପରିମଳ ବ୍ୟବସ୍ଥା ସୁଦୃଢ କରିବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିବା ସହ ଯୋଜନାକୁ କାର୍ଯ୍ୟକାରୀ କରୁଥିଲେ ମଧ୍ୟ ଗଞ୍ଜାମ ଏନଏସିରେ ତାହା ଦିଗହରା ହୋଇଛି। ଗତ କିଛିମାସ ତଳେ ଗଞ୍ଜାମ ଏନଏସି ପରିମଳ ବ୍ୟବସ୍ଥା ପାଇଁ ଶ୍ରେଷ୍ଠ ପୁରସ୍କାର ପାଇଥିବା ବେଳେ ସହରର ବର୍ତ୍ତମାନ ଯେଉଁ ଅବସ୍ଥା ଦେଖିଲେ ପରିମଳ ପାଇଁ ପୁରସ୍କାର ପାଇଥିବା ବିଜ୍ଞାପିତ ଅଞ୍ଚଳ ପରିଷଦ କେତେ ଦୂର ଯଥାର୍ଥ ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି। ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡେଙ୍ଗୁଆ ଯୋଗ ଦେଇଥିବା ବେଳେ ସେ କହିଛନ୍ତି ଯାତ୍ରା ପାଇଁ କିଛି ସ୍ଥାନ ସଫା ହୋଇଛି। ଯଦି କୋଉଠି ରହିଛି ପରିମଳ ବିଶେଷଜ୍ଞଙ୍କୁ କହିଛି ସେ ସେଗୁଡିକ ସଫା କରିଦେବେ।

Hot this week

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

ବଢୁଛି ଭାଇରାଲ ସଂକ୍ରମଣ: କଣ କରିବେ

ସମାଜ ଡିଜିଟାଲ ଡେସ୍କ: ଆମ ଚାରିପାଖରେ ଅନେକ ଲୋକଙ୍କୁ ଦେଖିଛେ ଯେଉଁମାନେ...

Related Articles

Popular Categories