www.samajalive.in
Saturday, December 6, 2025
14.1 C
Bhubaneswar

ଆଶାରୁ ନିରାଶା ; ଆଶା ସାଗର ନର୍ଦ୍ଦମା ପାଣି, ରୋଗକୁ ଡାକୁଛି ଆଣି

ଭବାନୀପାଟଣା : ଭବାନୀପାଟଣା ସହରର ଲାଇଫ ଲାଇନ ଆଶା ସାଗର। ଏକଦା ସହରର ଅଧିକାଂଶ ଲୋକଙ୍କ ତୃଷା ମେଣ୍ଟାଇବା ସାଙ୍ଗକୁ କିଛି ଜମିକୁ ଜଳସେଚନର ସୁବିଧା ଯୋଗାଇଥିଲା। ହେଲେ କ୍ରମଶଃ ଏହା ଜବରଦଖଲ ଯୋଗୁଁ ସଙ୍କୁଚିତ ହେବା ସହିତ ଲୋକଙ୍କ ସାଧାରଣ ବ୍ୟବହାରରେ ଆସିଲା। ଏଥି ସହିତ ସହର ସାରା ନର୍ଦ୍ଦମା ପାଣି ଆଶା ସହରରେ ଜମା ହେଲା। ଅଧୁନା ବହୁକୋଟି ଟଙ୍କା ବ୍ୟୟରେ ଏହାର ସୋନ୍ଦର୍ଯ୍ୟକରଣ କରାଯାଉଛି। ଅଥଚ ନର୍ଦ୍ଦମା ପାଣି ଯିବାକୁ ବାଟ ନଥିବାରୁ ଅନେକ ଏବେ ଲୋକଙ୍କ ଘର ଅଗଣାରେ ମଇଳା ପାଣି ଜମିବା ଅବସ୍ଥା ଆସିଲାଣି। ଆଗକୁ ନାଳି ଗୁଡ଼ିକ ସଫା କରାନଗଲେ ସହରରେ ନାନା ରୋଗ ବ୍ୟାପିବା ଆଶଙ୍କା ଦେଖା ଦେଇଛି।

ସଂପ୍ରତି ପ୍ରାୟ ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ପ୍ରାୟ ୫୫ ଏକର ଜମିରେ ଥିବା ଆଶା ସାଗରର ପୁନଃ ଉଦ୍ଧାର ଏବଂ ସୌନ୍ଦର୍ଯ୍ୟ କରଣ କାମ ଚାଲିଛି। ଏଥିପାଇଁ ମୁକ୍ତା ଯୋଜନାରେ କିଛି ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଛି। ହେଲେ ଏତେ ବଡ କାମ ହେଉଛି। କିନ୍ତୁ ତଦାରଖ ପାଇଁ କୌଣସି ଯନ୍ତ୍ରୀଙ୍କ ଦେଖା ମିଲେନି। ଏଣୁ ସହରରୁ ଆସୁଥିବା ନାଳି ପାଣି ଆଶା ସାଗରର ନୂଆଁ ହୁଡ଼ା ଡେଇଁ ପାରୁନଥିବା ବିଷୟ ହୁଏତ କର୍ତ୍ତୃପକ୍ଷ ଜାଣି ପାରୁନାହାନ୍ତି।

- Advertisement -

ଉଲ୍ଲେଖଯୋଗ୍ୟ ଯେ ସହରର ମାଳିପଡ଼ାରୁ ନୁଆଁ କଚେରୀ କଡ, ବସଷ୍ଟାଣ୍ଡ ଦେଇ ଆଶାସାଗରରେ ନାଳିରେ ପାଣି ନିଷ୍କାସନ ବ୍ୟବସ୍ଥା ରହିଛି। ସେହିଭଳି ଧୋବାପଡା, ପୁରୁଣା ଏଲ୍ଆଇସି ଅଫିସ, ଘୋଡା ଘାଟ ପୋଲ ଦେଇ ଆଶା ସାଗରରେ ପାଣି ନିଷ୍କାସନ ହୁଏ। ଅନ୍ୟପକ୍ଷରେ ଗାନ୍ଧୀ ଛକ ଦୁର୍ଗା ମନ୍ଦିର ନିକଟରୁ ଘୋଡାଘାଟ ଛକ ପେଟ୍ରୋଲ ଟ୍ୟାଙ୍କ ପାଖରୁ ପୁଣି ଗାନ୍ଧୀ ଛକରୁ ଏମଏସଏ ଛକ ଦେଇ ଅନ୍ୟ ଏକ ନାଳି ଷ୍ଟେଛୁ ଛକ, ନୁଆଁବନ୍ଧ ପଡ଼ା, ଦୟାନିଧି ଛକ ଦେଇ ଆଉ ଏକ ନାଳି, ସତ୍ୟମ ସିନେମା ହଲ ପାଖରୁ ଗାୟତ୍ରୀ ମନ୍ଦିର ପର୍ଯ୍ୟନ୍ତ ସମସ୍ତ ନାଳିର ପାଣି ଆଶାସାଗରରେ ହିଁ ପଡେ।

ଏହି ଅନୁଯାୟୀ ସହରର ବିଭିନ୍ନ ସ୍ଥାନରୁ ପ୍ରାୟ ୧୦ଟି ନାଳି ଆଶା ସାଗରକୁ ସଂଯୋଗ କରୁଛି। ତେବେ ଆଶା ସାଗର ପୁନରୁଦ୍ଧାର କାମ ପୂର୍ବରୁ , ଆଶା ସାଗରକୁ ସଂଯୋଗକାରୀ ନାଳିର ପାଣି ନିଷ୍କାସନ ବ୍ୟବସ୍ଥା ନ କରି ଅତି ତରବର ଭାବେ ପୁନଃ ଉଦ୍ଧାର ହେଉଥିବା ଦେଖାଦେଉଛି। ଏଣୁ ନବନିର୍ମିତ ଉଚ୍ଚ ହୁଡ଼ା ଆରପଟକୁ ନାଳି ପାଣି ଯାଇ ପାରୁନଥିବାରୁ ଅନେକ ନାଳି ଏବେ ନର୍ଦ୍ଦମା ହେଲାଣି। ଘୋଡାଘାଟ ନାଳି ଏକ ବଡ ନର୍ଦ୍ଦମା କୁଣ୍ଡରେ ପରିଣତ ହେଲାଣି। ଘୋଡାଘାଟ ଛକ ମାଛ ବଜାରର ଅଳିଆ (ମାଛର ପରିତ୍ୟକ୍ତ ଅଂଶ) ସମଗ୍ର ଘୋଡ଼ା ଘାଟ ନାଳକୁ ଗନ୍ଧମୟ କଲାଣି। ଏପରିକି କଲେଜ୍ ଛକ ନିକଟ ପିପଳ ନାଳି ମଧ୍ୟ କୁକୁଡ଼ା ପର, ଅବ୍ୟବହୃତ ଜିନିଷରେ ଭର୍ତ୍ତି ହେଲାଣି। ଅନେକ ନାଳି ମୁହଁ ଗୁଡ଼ିକ ପୋତି ହେବାକୁ ବସି ନର୍ଦ୍ଦମା ପାଣି ଉଛୁଳି ପଡ଼ିଲାଣି। ଏମିତିରେ ଯଦି ତୁରନ୍ତ ନାଳି ପାଣି ନିଷ୍କାସନର ବ୍ୟବସ୍ଥା କରା ନଯାଏ ତେବେ ସମଗ୍ର ଅଞ୍ଚଳ ଗନ୍ଧମୟ ହେବ। ସହରରେ ବିଭିନ୍ନ ରୋଗ ବ୍ୟାପିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ପଦକ୍ଷେପ ନେବାକୁ ସହରବାସୀ ଦାବି କରନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories