ନବୀନ ନିବାସରେ ବିଜେଡି ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
ପୁରୀ ସଂସଦୀୟ କ୍ଷେତ୍ର ନେତାଙ୍କୁ ଡକରା
ଭୁବନେଶ୍ୱର: ନବୀନ ନିବାସରେ ବିଜେଡି ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୁରୀ ସଂସଦୀୟ କ୍ଷେତ୍ରର ନେତା ଉପସ୍ଥିତ ରହିଛନ୍ତି। ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ଉପସ୍ଥିତ ରହିଛନ୍ତି। ନୟାଗଡ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ମହାରଥୀ ନବୀନ ନିବାସରେ ପହଂଚିଛନ୍ତି। ସଞ୍ଜୟ ଦାସବର୍ମା ଓ ଶୁଭାଶିଷ ଖୁଣ୍ଟିଆ ମଧ୍ୟ ନବୀନ ନିବାସରେ ଉପସ୍ଥିତ ରହିଛନ୍ତି।
Comments are closed.