ନୂଆଦିଲ୍ଲୀ: ଇଡି ସମନରେ ସୋମବାର ହାଜର ହେବେନି ଦିଲ୍ଲୀ ମୁକ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ଦିଲ୍ଲୀ ଜଳ ବୋର୍ଡରେ ହୋଇଥିବା ଅନିୟମିତତା ସହ ଜଡିତ ଅର୍ଥ ହେରଫେର ଯାଞ୍ଚ ମାମଲାରେ ଇଡି ପକ୍ଷରୁ ସମନ ପଠାଯାଇଥିଲା। ଇଡିର ସମନକୁ ପୁଣି ବେଆଇନ କହି ପ୍ରତ୍ୟାଖ୍ୟାନ କରିଛି ଆପ୍। ଗତ ୧୭ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ପକ୍ଷରୁ ଦୁଇଟି ସମନ ଜାରି କରାଯାଇଥିଲା। ଅବକାରୀ ନୀତି ଏବଂ ଜଳ ବୋର୍ଡ ମାମଲାରେ ପୃଥକ ଭାବେ ସମନ ଜାରି କରାଯାଇଥିଲା। ଅବକାରୀ ମାମଲାରେ ୯ମ ସମନ ଏବଂ ଏଥିପାଇଁ ତାଙ୍କୁ ୨୧ ତାରିଖରେ ହାଜର ହେବାକୁ ନୋଟିସ୍ ପଠାଯାଇଥିଲା। ସେହିଭଳି ଜଳ ବୋର୍ଡ ମାମଲାରେ ସୋମବାର ଇଡିରେ ହାଜର ହେବାକୁ କେଜ୍ରିୱାଲଙ୍କୁ ନୋଟିସ୍ ମିଳିଥିଲା। କିନ୍ତୁ ପୂର୍ବପରି ଆଜି ବି ସେ ଇଡିରେ ହାଜର ହେବେ ନାହିଁ ।
Popular Categories



