www.samajalive.in
Sunday, December 7, 2025
26.1 C
Bhubaneswar

ନୀଳଗିରିରେ ସେକ୍ସ ରାକେଟ: ଥାନାରେ ୨ଗରାଖ ଓ ରାଣୀ ମହୁମାଛି; ୨ଯୁବତୀ ଉଦ୍ଧାର

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଚାଲିଥିଲା ସେକ୍ସ ର‌୍ୟାକେଟ । ଏହି କାରବାରକୁ ନିଜ ଘରେ ଚଳାଇ ଆସୁଥିଲେ ଦମ୍ପତି । ଗାଁଲୋକଙ୍କ ସନ୍ଦେହ ହେବାରୁ ଚଢ଼ାଉ କରାଯିବା ପରେ ସବୁ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ପୁଲିସ ଏହି ର‌୍ୟାକେଟର ରାଣୀ ମହୁମାଛି ସମେତ ୨ଜଣ ଗରାଖକୁ ଅଟକ ରଖିଥିବା ବେଳେ ୨ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ।

ମିତ୍ରପୁର କେପିମାହାଲ ବାଦାମବାଡ଼ିରେ ପ୍ରତିଦିନ ଅଜଣା ଯୁବକ ଯୁବତୀଙ୍କ ଯାତାୟାତ କରିବା ନେଇ ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା । ଏନେଇ ଆଜି ରାତିରେ ଗ୍ରାମବାସୀ ସେହି ସ୍ଥାନରେ ହୋହଲ୍ଲା କରିବା ପରେ ସେକ୍ସ ର‌୍ୟାକେଟ ଚାଲିଥିବା ନେଇ ସ୍ପଷ୍ଟ ହୋଇ ଯାଇଥିଲେ । ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳର ୨ଜଣ ଗରାଖକୁ ଗ୍ରାମବାସୀ କାବୁ କରିବା ପରେ ଉତ୍ତମ ମଧ୍ୟମ ଦେଇ ଏକ ଗଛରେ ବାନ୍ଧି ଦେଇଥିଲେ ।

- Advertisement -

ଗୃହମାଲିକ ଜଣକ ମାଡ଼ ଖାଇ ଘଟଣା ସ୍ଥଳରକୁ କୌଶଳ କରି ଚମ୍ପଟ ମାରିଥିବା ବେଳେ ତାଙ୍କ ପତ୍ନୀ ତଥା ରାଣୀ ମହୁମାଛି ଧରା ପଡ଼ି ଯାଇଛି । ଏହି ଦେହ ବ୍ୟବସାୟରେ ଲିପ୍ତ ରହିଥିବା ଭୁବନେଶ୍ୱର ଓ ବାରିପଦା ଅଞ୍ଚଳର ୨ଜଣ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିଛି । ରାତି ୧୦ଟାରେ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ଯୁବତୀଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିବା ବେଳେ ରାଣୀ ମହୁମାଛି ଓ ୨ଗରାଖକୁ ଅଟକ ରଖି ପଚରା ଉଚରା ଚଳାଇଛି । ସେହିପରି ଏହି ଘଟଣାରେ ପୁଲିସ ୩ଟି ବାଇକ ଓ ଗୋଟିଏ କାରକୁ ମଧ୍ୟ ଜବତ କରିଥିବା ସୂଚନା ମିଳିଛି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories