ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ୧୫ ଦିନର ସାମୟିକ ଛୁଟି ଘୋଷଣା

ଭୁବନେଶ୍ୱର : ଅନୁଦାନପ୍ରାପ୍ତ ସ୍କୁଲ କର୍ମଚାରୀଙ୍କୁ ମିଳିବ ୧୫ ଦିନର ସାମୟିକ ଛୁଟି। ମହିଳା କର୍ମଚାରୀଙ୍କୁ ୧୮୦ ଦିନର ସବୈତନିକ ମାତୃତ୍ଵ ଛୁଟି ମିଳିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ବାରା ୩୩ ହଜାର ୪୨୦ ଶିକ୍ଷକ ଓ ଅଶଶିକ୍ଷକ ଉପକୃତ ହେବେ । ବ୍ଲକ ଗ୍ରାଣ୍ଟ ପାଇବାର ୧୬ ବର୍ଷ ପରେ ଉଚ୍ଚ ବେତନ ହାରରେ ନିଯୁକ୍ତି ମିଳିବ। କାର୍ଯ୍ୟ କରିବା ସମୟରେ ମୃତ୍ୟୁ ହେଲେ ସହାୟତା ରାଶି ୫ଲକ୍ଷକୁ ବୃଦ୍ଧି କରାଯାଇଛି। ଅକ୍ଷମତା ହେଲେ ସହାୟତା ରାଶି ଦେଢ ଲକ୍ଷରୁ ସାଢେ ୩ ଲକ୍ଷକୁ ବୃଦ୍ଧି କରାଯାଇଛି। ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀ ଓ ସେମାନଙ୍କ ସଂଘ ପକ୍ଷରୁ ଏ ବିଷୟରେ ପ୍ରସ୍ତାବ ଆସିଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଏହି ପ୍ରସ୍ତାବ ବିଷୟରେ ନିଷ୍ପତ୍ତି ନେଇଛନ୍ତି।

Comments are closed.