nua o banner

ଆଜି ଜଷ୍ଟିସ୍‍ ଅରିଜିତ୍‍ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

BSKY banner  750×100

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ସୁନା ଅଳଙ୍କାର ଗଣତି ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହେବା ପରେ ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‍ ଅରିଜିତ୍‍ ପଶାୟତଙ୍କ ଅଧ୍ୟକ୍ଷତାରେ ଆଜି ପୁରୀରେ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି କମିଟି ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଓ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତ କରିବେ । ଏଥିପାଇଁ ଆଜି ତଦାରଖ କମିଟିର ଅଧ୍ୟକ୍ଷ ଅରିଜିତ୍‍ ପଶାୟତ ପୂର୍ବାହ୍ନରେ ଶ୍ରୀମନ୍ଦିର ଯାଇ ଦର୍ଶନ କରିବା ପରେ ଦିନ ୨ଟାରୁ ବୈଠକ ଆରମ୍ଭ ହେବ ।
ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ତଦାରଖ କମିଟିରେ ଅଧ୍ୟକ୍ଷଙ୍କ ସହିତ ୧୨ ଜଣ ସଦସ୍ୟ ରହିଥିବା ବେଳେ ପରିଚାଳନା କମିଟିର ତିନିଜଣ ସଦସ୍ୟ, ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା, ଆହ୍ଲାବାଦ ବ୍ୟାଙ୍କର ପୂର୍ବତନ ସିଏମଡି ଡକ୍ଟର ବିଧୁଭୂଷଣ ସାମଲ, ଚାଟାର୍ଡ ଆକାଉଟାଣ୍ଟ ଏ.କେ. ସାବତ, ଗଜପତି ମହାରାଜାଙ୍କ ପ୍ରତିନିଧି, ଏଏସଆଇ ଅଧିକାରୀ, ଭଣ୍ଡାର ମେକାପ ଶ୍ରୀଯୁକ୍ତ ଗଣେଶ ମେକାପ, ପୁରୀ ଜିଲ୍ଲାପାଳ
ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କମିଟିରେ ସ୍ଥାନ ପାଇଛନ୍ତି।

Comments are closed.