www.samajalive.in
Friday, December 5, 2025
26.1 C
Bhubaneswar

ଜୁଲାଇରୁ ସମସ୍ତଙ୍କୁ ମିଳିବ ବିଏସ୍‌କେୱାଇ ସୁବିଧା: ନବୀନ

ଭୁବନେଶ୍ବର : ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ବରରେ ଦ୍ବିତୀୟ ରୋଡ୍ ଶୋ’ କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୨୫ ତାରିଖରେ ଏଠାରେ ଭୋଟ୍‌ ଗ୍ରହଣ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ସୋମବାର ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଶାଳ ରୋଡ୍‌ ଶୋ’ କରିଥିଲେ। ଦଳର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ। ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରର ପୁନାମା ଗେଟ୍ ଫ୍ଲାଏ ଓଭରବ୍ରିଜରୁ ରୋଡ୍‌ ଶୋ’ ଆରମ୍ଭ କରିଥିଲେ। ସ୍ବତନ୍ତ୍ର ବସ୍‌ରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିବା ସହ ହାତ ହଲାଇ ଲୋକଙ୍କୁ ଉତ୍ସାହିତ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ବରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। କିଏ ନବୀନ ମୁଖା ପିନ୍ଧିଥିଲା ତ ଆଉ କାହା ହାତରେ ଥିଲା ବିଜେଡିର ଚିହ୍ନ ଯୋଡ଼ିଶଙ୍ଖ। ପାରମ୍ପରିକ ବାଦ୍ୟ, ନୃତ୍ୟରେ କମ୍ପୁଥିଲା ପୂରା ପରିବେଶ। ମହିଳାମାନେ ଉତ୍ସାହର ସହ ନବୀନଙ୍କୁ ଦେଖିବାକୁ ଅପେକ୍ଷା କରି ରହିଥିଲେ। ବିଭିନ୍ନ ଛକରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିଥିଲେ। ଆପଣମାନେ ଭଲ ଅଛନ୍ତି ତ ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ। ସମବେତ ଜନତାଙ୍କ ଉତ୍ତର ଥିଲା ହଁ। ଏହାପରେ ମୁଖ୍ୟମନ୍ତ୍ରୀ କହିଥିଲେ ଭଲ। ଜୁଲାଇରୁ ବିଜୁଳି ବିଲ୍‌ ବନ୍ଦ ହେବ, ଜୁଲାଇରୁ ବିଏସ୍‌କେୱାଇ କାର୍ଡ ସମସ୍ତଙ୍କୁ ମିଳିବ। ଲିଙ୍ଗରାଜ ମନ୍ଦିର କାମ ଭଲ ଚାଲିଛି। ଆପଣମାନେ ଖୁସି ତ ? ଉଚ୍ଚସ୍ବରରେ ଲୋକେ ହଁ କହିଥିଲେ। ସେ ଆହୁରି ପଚାରିଥିଲେ- ଶଙ୍ଖ ଚିହ୍ନ ଭଲ କି, ନବୀନ ପଟ୍ଟନାୟକ ଭଲ କି? ସବୁଥିରେ ଜନତାଙ୍କ ଉତ୍ତର ଥିଲା ହଁ। ବିଜେଡିର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ସେ ଅନୁରୋଧ କରିଥିଲେ। ଏହି ରୋଡ୍‌ ଶୋ’ ଏକାମ୍ର ଛକ ପର୍ଯ୍ୟନ୍ତ ଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’ ପାଇଁ ଟ୍ରାଫିକ୍ କଟକଣା ଜାରି ହୋଇଥିଲା। ସୋମବାର ଅପରାହ୍ଣ ୪ଟାରୁ ରୋଡ୍‌ ଶୋ’ ସରିବା ପର୍ଯ୍ୟନ୍ତ ପୁନାମା ଗେଟ ଫ୍ଲାଏ ଓଭର ବ୍ରିଜଠାରୁ ବିଡିଏ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରିପୁଟ ଛକ, ପ୍ରମେୟ ଛକ, ଶିରିପୁର ଛକ, ଗଙ୍ଗନଗର ଛକ, ରାଜେନ୍ଦ୍ର ବିହାର ହୋଇ ଏକାମ୍ର ଛକ ରାସ୍ତା ଦେଇ କୌଣସି ପ୍ରକାରର ଯାନବାହନ ଯିବାଆସିବା ଉପରେ କଟକଣା ରହିଥିଲା। କୌଣସି ପ୍ରକାରର ଯାନବାହନ ଖଣ୍ଡଗିରି ଛକ ପଟୁ ଜାଗମରା ଛକ ଆଡ଼କୁ ଓ ଡେଲ୍‌ଟା ଛକ ପଟୁ ସିଟି ୱମେନ୍ସ କଲେଜ ଆଡ଼କୁ ଛଡ଼ା ଯାଇନଥିଲା। ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାର ଯାନବାହନ ସେହି ରାସ୍ତାକୁ ଯିବାକୁ ଦିଆଯାଇନଥିଲା। ସୂଚନାଯୋଗ୍ୟ, ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ବାଚନ ମଣ୍ଡଳୀରେ ରୋଡ୍ ଶୋ’ କରିଥିଲେ। ଆଗକୁ ଉତ୍ତର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ କାର୍ଯ୍ୟକ୍ରମ ରହିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories