www.samajalive.in
Tuesday, December 9, 2025
23.1 C
Bhubaneswar

ଦେବଗିରି ଶିବପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ 

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଐତିହାସିକ ପ୍ରସିଦ୍ଧ ପଞ୍ଚମୁଖୀ ସ୍ୱଟିକ  ଶିବଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି । ମହାଶିବରାତ୍ରି ଜାଗର ଯାତ୍ରା   ପ୍ରଶାସନ ଓ ଦେବଗିରି ପରିଚାଳନା କମିଟି ମିଳିତରେ ଧୁମଧାମରେ ପାଳିତ କରାଯାଇଛି ।ଏଅବସରରେ  ଆନ୍ଦ୍ରପ୍ରଦେଶ,ଛତିଶଗଡ଼, ଓଡିଶା ,ମଧ୍ୟପ୍ରଦେଶ ରାଜ୍ୟ  ତଥା କଳାହାଣ୍ଡି ଜିଲା ଦୂରଦୂରାନ୍ତରୁ ଭକ୍ତ ମାନେ ଆସି ଶିଵ ଲିଙ୍ଗ ଦର୍ଶନ କରି ନିଜ ମନସ୍କାମନା ପୂରଣ କରିଥିଲେ ।ଦୁଇ ପାହାଡ଼ ମଝିରେ ମହାଦେବ ବିରାଜ ମାନ କରିଛନ୍ତି । ପାହାଡ଼ ଉପରେ ଗୋଟିଏ ଉଣା କୋଟିଏ କୁଣ୍ଡ ରହିଛି ଓ ୫୫୪ଟି ପାହାଚ ଚଡି  ଶିବଦର୍ଶନ କରିଥାନ୍ତି ।
ସେହି କୁଣ୍ଡରେ ବର୍ଷ ତମାମ ଜଳ ଭାରି ହୋଇ ରହିଥିବା ସହ ଧୋବା ଧୋବୁଣି କୁଣ୍ଡର ମନଲୋଭା ଦୃଶ୍ୟବୁଲି ଦେଖିଥିଲେ ।ରାତ୍ରରେ ହରିହର ଭେଟ ସହ ମହାଦୀପ  ଦର୍ଶନ କରିବା ପାଇଁ ରାତ୍ରରେ ଉଜାଗର ରହିଥିଲେ ।ଏଥିରେ ତହସିଲଦାର ରଞ୍ଜନ ମାନସେଠ ,ଆସିଷ୍ଟାଣ୍ଡ କମାଣ୍ଡାର ଡି.କୃଷ୍ଣ।ରାଓ , ଥାନା ଅଧିକାରୀଣି ସୁମନ୍ତି ମହାନ୍ତି ସମେତ ୫ ଅଧିକାରୀ,ଏକ ସେକ୍ସସନ ପୁଲିସ ଓ ଯବାନ ମୁତୟନ କରାଯାଇଛି ।  କମିଟି ପକ୍ଷରୁ ପାଣି ,ଅର୍ଣ୍ଣ ଭୋଜନ ବ୍ୟବସ୍ଥା କରାଯାଇଥିଲା ।ଏହି ଶିବ ପୀଠରେ ମାନସିକ ଧରିମାନେ ମାନସିକ ପୂରଣ ହେବା ପରେ ମୁଣ୍ଡନ( ଲାଣ୍ଡା) କରିଥିବା ଦେଖିବାକୁ ମିଳିଛି ।ପ୍ରତ୍ୟେକ ବର୍ଷ ଠାରୁ ଚଳିତ ବର୍ଷ ଭିଡ ପରିଲକ୍ଷିତ ହେବା ସହ ଛୋଟବଡ଼ ଦୋକାନ ରହିଛି । ଗାଡି ପାରକିଙ୍ଗ , ଟ୍ରାଫିକ ନିୟନ୍ତ୍ରଣ ରେ ପୁଲିସ ଓ କମିଟି ମିଳିତରେ କରାଯାଇଛି ।ଖବର ଲେଖା ହେବା ପର୍ଯ୍ୟନ୍ତ  ରାତ୍ରରେ ଭକ୍ତ ମାନେ ଉଜାଗର ରହି ହରିହର ଭେଟ ଓ ମହାଦୀପ  ଦେଖିବା ପାଇଁ ଆସୁଥିବା ଦେଖିବାକୁ ମିଳିଛି ।ରାତ୍ରରେ  ସାଂସ୍କୃତିକାର୍ଯ୍ୟକ୍ରମ କରାଯିବ ବୋଲି କମିଟି ପକ୍ଷରୁ ଜଣାପଡିଛି ।
ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଦେବଗିରି ଯାତ୍ରାକୁ ଆସି ଏହି ଠାରେ ଭକ୍ତଙ୍କ ନିମନ୍ତେ କରାଯାଇଥିବା ଵୋର କୁ ଉଦଘାଟନ କରିଥିଲେ । ଯାତ୍ରା ଯେପରି ଶାନ୍ତିଶୃଙ୍ଖଳା ଭାବରେ ପରିଚାଳନା କରାଯିବ ସେବିଷୟରେ କମିଟି ସହ ଆଲୋଚନା କରିଥିଲେ । ସେହିପରି ବ୍ଲକରେ ଥିବା ସୁନାଖଣ୍ଡି ରେ ଥିବା ସତୀତୋଟା ,ନାରାୟଣପୁର  ରାମଲିଙ୍ଗେଶ୍ୱର ,କରପା ,ଦାନ୍ତଲିଙ୍ଗୀ ,ଜିଲୁଣ୍ଡା ସ୍ଥାନୀୟ ଶିବ ମନ୍ଦିରରେ ରେ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି ।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories