www.samajalive.in
Tuesday, December 9, 2025
16.1 C
Bhubaneswar

ଦେବଗିରି ପାହାଡ଼ରୁ ଖସି ଯୁବକଙ୍କ ମୃତ୍ୟୁ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଐତିହାସିକ ପ୍ରସିଦ୍ଧ ଦେବଗିରି ପାହାଡ଼ରୁ ଖସି ଯୁବକଙ୍କ ମୃତ୍ୟୁ ହୋଇଛି । ଦେବଗିରି ମହାଶିବରାତ୍ରିରେ ପଞ୍ଚମୁଖୀ ସ୍ୱଟିକ ଲିଙ୍ଗ ଦର୍ଶନ କରିବା ପାଇଁ ଆସିଥିବା ଭକ୍ତ ପାହାଡ଼ ଚଢ଼ୁଥିବା ବେଳେ ଅଘଟଣ ଘଟିଛି ।
କାଶୀପୁର ବ୍ଲକ ଯୋଡ଼ାମ୍ବ ଗ୍ରାମର ପରିବାର ୪ଜଣ ଡିଲନ୍ତ ଗୌଡ଼, ଲଳିତା ଗୌଡ଼, କକିଲା ଗୌଡ଼, କପିଳ ଗୌଡ଼ ,ତ୍ରିକାନ୍ତ ଗୌଡ଼ ମିଶି ଦେବଗିରି ଶିବ ଦର୍ଶନ ପାଇଁ ଆସିଥିଲେ । ସେହିମାନଙ୍କ ମଧ୍ୟରୁ ତ୍ରିକାନ୍ତ ଗୌଡ଼ (୨୫) ଫୋନରେ କଥା ହୋଇ ଅସାବଧାନତାରେ ପାହାଡ଼ ଚଢ଼ୁ ଥିବା ବେଳେ ଖସି ପଡ଼ିଥିଲେ ।ଦେବଗିରି ଯାତ୍ରା ପଡ଼ିଆରେ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କରାଯାଇଥିବା ଅସ୍ଥାୟୀ କ୍ୟାମ୍ପରେ ପ୍ରଥମେ ଚିକିତ୍ସା କରାଯିବା ପରେ ସେ ଗୁରୁତର ହୋଇଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ର ଗାଡ଼ିରେ ସାଥି ଭାଇମାନେ ତୁରନ୍ତ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତ କରିଥିଲେ । ଏଠାରେ ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ । ଡାକ୍ତର ଚିନ୍ମୟ ଲିମାଙ୍କୁ ପଚାରିବାରୁ ଏଠାକୁ ଆସିବା ପରେ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି । ଉକ୍ତ ଖବର ପାଇ ପୁଲିସ ଥାନା ଅଧିକାରୀଣି ସୁମନ୍ତି ମହାନ୍ତି ,ଏସ ଆଇ ଶିବ ପ୍ରସାଦ ସାହୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତଦନ୍ତ ଚଲାଛନ୍ତି।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories