www.samajalive.in
Tuesday, December 9, 2025
19.1 C
Bhubaneswar

ଶିକ୍ଷକ ଦମ୍ପତି ଘରୁ ଚୋରି ; ନଗଦ ୧ ଲକ୍ଷ ଟଙ୍କା, ୬ ଭରି ଓଜନର ସୁନା ଗହଣା ଚୋରି

ରସୁଲପୁର : ଶିକ୍ଷକ ଦମ୍ପତିଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ୍‌‌ ହୋଇଛି। ରସୁଲପୁର ବ୍ଲକର ରସୁଲପୁର (ବ୍ରାହ୍ମଣ ସାହି) ଗ୍ରାମର ଚନ୍ଦନ କୁମାର ସାହୁଙ୍କ ତଳ ମହଲା ଘରେ ଭଡାରେ ରହୁଥିବା ଏକ ଶିକ୍ଷକ ଦମ୍ପତିଙ୍କର ନଗଦ ୧ ଲକ୍ଷ ଟଙ୍କା, ପ୍ରାୟ ୬ ଭରି ଓଜନର ବିଭିନ୍ନ ସୁନା ଗହଣା (ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି) ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଗୁରୁବାର ସ୍ଥାନୀୟ ମୁଗପାଳ ସରକାରୀ ଉଚ୍ଚବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରିଥିବା ଅବିନାଶ ଆଇଚ କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି।
ଶିକ୍ଷକ ଶ୍ରୀ ଆଇଚ ଓ ସ୍ଥାନୀୟ ବନଦୁର୍ଗା ସରକାରୀ ଉ.ପ୍ରା ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀଥିବା ଦେବକୀ ପାତ୍ରଙ୍କ ଠାରୁ ଖବର ନେବାରେ ଜଣାଯାଇଛି ରାହାମ୍ବା ଗ୍ରାମଠାରେ ହେଉଥିବା ଅପେରା ଦେଖିବାକୁ ଉକ୍ତ ଦମ୍ପତି ଓ ତାଙ୍କର ପୁଅକୁ ନେଇ ବୁଧବାର ରାତିରେ ସେଠାକୁ ଯାଇଥିଲେ। ଉକ୍ତ ଘରେ କେହି ନଥିବା ସୁଯୋଗ ନେଇ ଚୋରମାନେ ଘରର ମୁଖ୍ୟ ଦ୍ବାର ଚାବି ଓ ହ୍ୟାଣ୍ଡଲ ଭାଙ୍ଗି ଘର ମଧ୍ୟକୁ ପ୍ରବେଶ କରି ଡ୍ରଇଁ ରୁମ ଓ ବେଡ଼ ରୁମ ଚାବି ଭାଙ୍ଗି ବେଡ଼ ରୁମରେ ଥିବା ଗଡ଼ରେଜ ଭାଙ୍ଗି ତହିଁରେ ଥିବା ନଗଦ ପ୍ରାୟ ୧ଲକ୍ଷ ଟଙ୍କା, ସୁନା ହାର ୧ଟା, ମଙ୍ଗଳ ସୂତ୍ର ୧ଟା, ଚେନ ୪ଟା, ମୁଦି ୨ଟା ସାନ ଓ ବଡ଼ ଚୁଡ଼ ୪ ହଳ, କାନଫୁଲ ୮ ହଳ ଆଦି ପ୍ରାୟ ୬ ଭରି ଓଜନର ସୁନା ଗହଣା, ଦାମୀ ଶାଢ଼ୀ ଏଟିଏମ କାର୍ଡ ଇତ୍ୟାଦି ଚୋରି ହୋଇଥିବା ସେମାନେ ସୂଚନା ଦେଇଥିବାବେଳେ ଚୋରି ହୋଇଥିବା ସମ୍ପତ୍ତିର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବବୋଲି ପ୍ରକାଶ କରିଛନ୍ତି ।
ଚୋରି ହୋଇଥିବା ସମ୍ପର୍କରେ ଆଜି ସକାଳେ ଥାନାରେ ଶ୍ରୀ ଆଇଚ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ, ଏସ. ଆଇ ଦୁଷ୍ମନ୍ତ କୁମାର ଦାସ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଓ ବୈଜ୍ଞାନିକ ଦଳ (ସାଇଣ୍ଟିଫିକ ଟିମ୍‌)ଙ୍କ ସହାୟତାରେ ଅନୁସନ୍ଧାନ ଚଳାଇଥିବା ଜଣାଯାଇଛି । ଉକ୍ତ ଶିକ୍ଷକ ଦମ୍ପତିଙ୍କ ଘର ଏହି ବ୍ଲକର ଭୋଟକା ପଞ୍ଚାୟତ ବିଲିପଡ଼ା ଗ୍ରାମରେ ହୋଇଥିବାବେଳେ ସେମାନେ ଉକ୍ତ ଘରେ ଭଡାରେ ପ୍ରାୟ ୫ ବର୍ଷ ହେଲା ରହି ଆସୁଛନ୍ତି । ଏଠାରେ ସୂଚନା ଯୋଗ୍ୟ ଶିକ୍ଷୟିତ୍ରୀ ଶ୍ରୀମତୀ ପାତ୍ର ଶିକ୍ଷକତା କରୁଥିବା ତାଙ୍କ ଭଡା ଘର ଠାରୁ ମାତ୍ର କିଛି ଦୂରରେ ଥିବା ବନଦୁର୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଫିସ ଓ ରୋଷେଇ ଘର ଚାବି ଭାଙ୍ଗି ୨ଟି ଗ୍ୟାସ ସିଲିଣ୍ଡର, ଗୋଟିଏ ଆହୁଜା ମାଇକ ମେସିନ ଓ ନଗଦ ୫ ହଜାର ଟଙ୍କା କେହି ଦୁର୍ବୃତ୍ତ ଫେବୃଆରୀ ୪ ତାରିଖ ରାତିରେ ଚୋରି କରି ନେଇଥିଲେ। ତହିଁ ପରଦିନ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ସ୍ୱାଇଁ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଉକ୍ତ ଚୋରି ଘଟଣାରେ ଅଦ୍ୟାବଧି କେହି ଧରାପଡ଼ିନଥିବା ଜଣାଯାଇଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories