ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ
ନୂଆଦିଲ୍ଲୀ: ଛତିଶଗଡ଼ ବିଜାପୁର ଜିଲ୍ଲାରେ ସ୍ଥାନୀୟ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା। ବିଜାପୁରର କୋଟମେଟା ଗାଁରେ ବିଜେପି ନେତା ତଥା ଜଣେ ଠିକାଦାରଙ୍କୁ ଗୁଳିକରି ହତ୍ୟା କରିଛନ୍ତି ନକ୍ସଲ। ମୃତକ କୈଳାଶ ନାଗ ବୋଲି ଜଣାପଡିଛି। ବୁଧବାର ମାଓବାଦୀମାନେ କୈଳାଶଙ୍କୁ ଉଠାଇ ନେଇଥିଲେ। ପରେ ତାଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଥିଲା। ଠିକା କାମରେ ନିୟୋଜିତ ଜେସିବିକୁ ମଧ୍ୟ ଜାଳିଦେଇଥିଲେ। ଗତ ୧ବର୍ଷ ମଧ୍ୟରେ ନକ୍ସଲମାନେ ୮ ଜଣ ବିଜେପି ନେତାଙ୍କୁ ହତ୍ୟା କଲେଣି। ତେବେ ମାଓବାଦୀମାନେ କଣ ପାଇଁ କୈଳାଶଙ୍କୁ ହତ୍ୟା କଲେ , ସେ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Comments are closed.