www.samajalive.in
Sunday, December 7, 2025
14.1 C
Bhubaneswar

ପଶ୍ଚିମବଙ୍ଗରୁ କର୍ଣ୍ଣାଟକକୁ ଚୋରା ଚାଲାଣବେଳେ ୩୫୧ କଇଁଛ ଜବତ

କଟକ: କଟକ ମଙ୍ଗୁଳି ଟୋଲ୍ ଗେଟ୍ ନିକଟରୁ ଡିଆରଆଇ ୩୫୧ଟି ବିରଳ ପ୍ରଜାତିର କଇଁଛ ଜବତ କରିଛି। ଏବଂ ଘଟଣାରେ ସମ୍ପୃକ୍ତ ଥିବା ୩ ବେପାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି। କୌଣସି ବିଶେଷ ସୂତ୍ରରୁ ଏଗୁଡିକୁ ପଶ୍ଚିମବଙ୍ଗରୁ କର୍ଣ୍ଣାଟକୁ ଚାଲାଣ କରାଯାଉଥିବା ଡିଆରଆଇ ଖବର ପାଇଥିଲା। ଏହିକ୍ରମରେ ଡିଆରଆଇ କଟକ ମଙ୍ଗଳି ଟୋଲ ପ୍ଲାଜା ନିକଟରେ ଛକି ରହିଥିଲା। ଏକ କାରରେ ୩ ବ୍ୟବସାୟୀ କଇଁଛ ଗୁଡିକୁ ନେଇ ଯାଉଥିବାବେଳେ ଡିଆରଆଇ ୩୫୧ଟି ବିରଳ ପ୍ରଜାତିର କଇଁଛକୁ ଧରିଥିଲା। ଏବଂ ୩ ଜଣଙ୍କୁ ଗିରଫ କରିଥିଲା। ଜବତ କରିବା ପରେ ସମସ୍ତ କଇଁଛଙ୍କୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ତେ​‌ବେ ଏହି କାରବାରରେ ଆଉ କାହାର ସମ୍ପୃକ୍ତି ରହିଛି , ସେ ନେଇ ଅଧିକ ତଦନ୍ତ ଜାରି ରହିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories