www.samajalive.in
Tuesday, December 9, 2025
26.1 C
Bhubaneswar

ଧର୍ମ ହେଉଛି ଏକ ଜୀବନ ଶୈଳୀ – ରାଷ୍ଟ୍ରପତି

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଧର୍ମ ହେଉଛି ଏକ ଜୀବନ ଶୈଳୀ ଏବଂ ବ୍ରହ୍ମକୁମାରୀମାନେ ଲୋକମାନଙ୍କୁ ସେମାନଙ୍କ ଜୀବନର ଉଦ୍ଦେଶ୍ୟ ଅନୁଭବ କରାଇବା ପାଇଁ ପ୍ରୟାସ କରୁଛନ୍ତି। ସେମାନେ ଜ୍ଞାନର ଆଲୋକ ବିସ୍ତାର କରୁଛନ୍ତି ଏବଂ ଲୋକଙ୍କୁ ଶାନ୍ତି ଓ ସୌହାର୍ଦ୍ଦ୍ୟ ସହିତ ଜୀବନ ଯାପନ କରିବାରେ ସାହାଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।

ସର୍ବସାଧାରଣଙ୍କ ପାଇଁ ଆଜିଠାରୁ ଖୋଲିଲା ଆବୁଧାବିର ହିନ୍ଦୁ ମନ୍ଦିର

- Advertisement -

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଭାରତରେ ଆଧ୍ୟାତ୍ମିକ ଚେତନା ପ୍ରସାର ପାଇଁ ଅନେକ ଆଧ୍ୟାତ୍ମିକ ଓ ଧାର୍ମିକ ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି। ବ୍ରହ୍ମକୁମାରୀମାନେ ଅହିଂସା, ଶାନ୍ତି, ସଦ୍ଭାବ, ଭାଇଚାରା ଏବଂ ସହନଶୀଳତା ଭଳି ଚିରନ୍ତନ ଭାରତୀୟ ମୂଲ୍ୟବୋଧକୁ ଭାରତ ତଥା ବିଦେଶରେ ପ୍ରସାର କରୁଛନ୍ତି। ବ୍ରହ୍ମକୁମାରୀଙ୍କ ଅନୁଷ୍ଠାନ, ଯୋଗ ଓ ଧ୍ୟାନକୁ ସମଗ୍ର ବିଶ୍ୱରେ ପ୍ରଚାର ପ୍ରସାର କରିବା ଦିଗରେ କାର୍ଯ୍ୟ କରୁଛି ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି।

ଅତିରିକ୍ତ ଟିକସ କିସ୍ତି ଜାରି କଲେ କେନ୍ଦ୍ର ସରକାର, ଓଡିଶାକୁ ୬ ହଜାର ୩୪୫ କୋଟି

ରାଷ୍ଟ୍ରପତି କହିଛନ୍ତି ଯେ ଲୋକମାନେ ଆଜି ଭୌତିକ ସୁଖ ପଛରେ ଦୌଡୁଛନ୍ତି। ସେମାନେ ଭାବନ୍ତି ଯେ ସୁଖର ଅର୍ଥ କେବଳ ଭୌତିକ ସୁଖ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଆମେ ଆମର ଭୌତିକ ଇଚ୍ଛାକୁ ସୀମିତ କରିବୁ ସେତେବେଳେ ହିଁ ଆମେ ପ୍ରକୃତ ସୁଖ ହାସଲ କରିପାରିବା।

ରାଷ୍ଟ୍ରପତି କହିଛନ୍ତି ଯେ ଧର୍ମ ହେଉଛି ଏକ ଜୀବନ ଶୈଳୀ ଏବଂ ବ୍ରହ୍ମକୁମାରୀମାନେ ଲୋକମାନଙ୍କୁ ସେମାନଙ୍କ ଜୀବନର ଉଦ୍ଦେଶ୍ୟ ଅନୁଭବ କରାଇବା ପାଇଁ ପ୍ରୟାସ କରୁଛନ୍ତି। ସେମାନେ ଜ୍ଞାନର ଆଲୋକ ବିସ୍ତାର କରୁଛନ୍ତି ଏବଂ ଲୋକଙ୍କୁ ଶାନ୍ତି ଓ ସୌହାର୍ଦ୍ଦ୍ୟ ସହିତ ଜୀବନ ଯାପନ କରିବାରେ ସାହାଯ୍ୟ କରୁଛନ୍ତି। ଶାନ୍ତି ବଜାୟ ରହିଲେ ହିଁ ବିକାଶ ହୋଇପାରିବ ବୋଲି ସେ କହିଛନ୍ତି।

୧୮ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ବ୍ଲକର ନିଲାମ ଆରମ୍ଭ କଲେ ସରକାର

ରାଷ୍ଟ୍ରପତି କହିଛନ୍ତି ଯେ ଆଧ୍ୟାତ୍ମିକତା ମାର୍ଗ ଅନୁସରଣ କରିବା ପାଇଁ ଜଣେ ବ୍ୟକ୍ତି ନିଜର ସାଂସାରିକ କର୍ତ୍ତବ୍ୟ ଛାଡିବାର ଆବଶ୍ୟକତା ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଧାର୍ମିକ ଜୀବନଶୈଳୀ ଗ୍ରହଣ କରି ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ଲୋକମାନେ ସୁଖୀ ଏବଂ ଶାନ୍ତିପୂର୍ଣ୍ଣ ହୋଇପାରିବେ।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories