ଭୁବନେଶ୍ୱର: ଆସନ୍ତା ମାଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବା ନେଇ ସହ ପ୍ରଭାରୀ ଲତା ଉସେଣ୍ଡି ସୂଚନା ଦେଇଛନ୍ତି। ଏହି ସମୟରେ ଯାଜପୁର ଜିଲା ଚଣ୍ଡିଖୋଲ ନିକଟସ୍ଥ ବେଣାପୁର ପଡିଆରେ ଜନସାଧାରଣଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଚଣ୍ଡିଖୋଲ-ପାରଦ୍ୱୀପ ଜାତୀୟ ରାଜପଥକୁ ୬ଟିକିଆ କରିବା କାର୍ଯ୍ୟର ଶିଳାନ୍ୟାସ କରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
Popular Categories



