ସମ୍ବଲପୁର: ମହଙ୍ଗା ପଡିଲା ବିଶୃଙ୍ଖଳିତ ଆଚରଣ। ବିଶୃଙ୍ଖଳିତ ଆଚରଣ ପାଇଁ ଭିସୁଟର ଆସୋସିଏଟ୍ ପ୍ରଫେସର ଡକ୍ଟର ଶିବପ୍ରସାଦ ପାଣିଗ୍ରାହୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ବିଶ୍ୱବିଦ୍ୟାଳୟର ବୋର୍ଡ ମ୍ୟାନେଜମେଣ୍ଟରେ ବୈଠକ ପରେ ଏହି ପଦକ୍ଷପ ଗ୍ରହଣ କରାଯାଇଛି। ଶିବ ପ୍ରସାଦ ପାଣିଗ୍ରାହୀ ସୋସିଆଲ ମିଡିଆରେ ଭିସୁଟ କର୍ତ୍ତୃପକ୍ଷଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ନିନ୍ଦନୀୟ ଆଚରଣ କରିବା ନେଇ ଭିଡିଓ ଭାଇରାଲ ହୋଇଥିଲା। ଏନେଇ ତାଙ୍କ ବିରୋଧରେ ଅଭିଯୋଗ ବି ହୋଇଥିଲା। ଏପରି ଅଶୋଭନୀୟ ଆଚରଣ ପାଇଁ ପୂର୍ବରୁ ବି ତାଙ୍କୁ ଦୁଇ ବର୍ଷ ପାଇଁ ନିଲମ୍ବନ କରାଯାଇଥିଲା । ତେବେ ତଦନ୍ତରେ ସମସ୍ତ ଦୋଷାରୋପ ସତ୍ୟ ପ୍ରମାଣିତ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି।
Popular Categories



