www.samajalive.in
Saturday, December 6, 2025
26.1 C
Bhubaneswar

ଜାମତରା ଟ୍ରେନ ଟ୍ରାଜେଡି: ୧୨ ମୃତ, ଅନେକ ଆହତ

ଜାମତରା: ଟ୍ରେନଲାଇନ ପାର ହେଉଥିବାବେଳେ ଟ୍ରେନ ମାଡିଯିବା ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଆହତଙ୍କ ଚିକିତ୍ସା କରାଯାଉଛି। କଳାଝରିଆ ରେଳ ଷ୍ଟେସନରେ କିଛି ଯାତ୍ରୀ ରେଳଧାରଣା ପାର ହେଉଥିବା ବେଳେ ଏକ ଏକ୍ସପ୍ରେସ ଟ୍ରେନ ସେମାନଙ୍କ ଉପରେ ମାଡିଯାଇଥିଲା। ଘଟଣାସ୍ଥଳରେ ରେଳବାଇ ପୁଲିସ ଓ ସ୍ଥାନୀୟ ପ୍ରଶାସନ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସୂଚନା ଅନୁସାରେ ଅଙ୍ଗ ଏକ୍ସପ୍ରେସରେ ନିଆଁ ଲାଗିଥିବା ଖବର ପାଇ କିଛି ଯାତ୍ରୀ ଭୟଭୀତ ହୋଇ ଜୀବନ ରକ୍ଷା କରିବାକୁ ଟ୍ରେନର ଚେନ ଟାଣି ଅଟକାଇବା ସହ ତଳକୁ ଡେଇଁବା ଆରମ୍ଭ କରିଥିଲେ। କିଛି ଯାତ୍ରୀ ଡେଇଁବା ସହ ରେଳଲାଇନ ପାର ହେବାକୁ ଯାଉଥିବା ବେଳେ ବିପରୀତ ଟ୍ରାକରେ ଆସୁଥିବା ଝାଝା-ଆସନସୋଲ ଏକ୍ସପ୍ରେସ ସେମାନଙ୍କ ଉପରେ ମାଡିଯାଇଥିଲା। ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିବା ଜାମତରା ଡିସିପି ସୂଚନର ଦେଇଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories