ନୂଆଦିଲ୍ଲୀ: ଭୋପାଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ପିକଅପ୍ ଭ୍ୟାନ୍ ଘାଟିକୁ ଖସିପଡିଛି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ମଧ୍ୟପ୍ରଦେଶ ଦିନ୍ଦୋରୀ ବାଦଝାର ଘାଟିରେ ଏହି ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ପିକ୍ଅପ୍ ଭ୍ୟାନ୍ଟି ଘାଟି ତଳକୁ ଖସି ପଡିଛି। ଦୁର୍ଘଟଣାରେ ଆହତ ହୋଇଥିବା ୨୦ ଜଣ ଲୋକଙ୍କୁ ସ୍ଥାନୀୟ ଶାହାପୁରା ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



