ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା: ହେଲପର୍ ମୃତ
ସମ୍ବଲପୁର: ସମ୍ବଲପୁର ଜମନକିରା ଥାନା ୫୩ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବସ୍ ହେଲପରଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କିଛି ଆହତଙ୍କୁ କୁଚିଣ୍ଡା ମେଡିକାଲ ଓ ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ଯାତ୍ରୀବାହୀ ବସ୍ଟି ସମ୍ବଲପୁରରୁ ଭଦ୍ରକକୁ ଯାଉଥିଲା। ଦୁର୍ଘଟଣାରେ ବସ୍ର ସାମ୍ନା ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର୍ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ ପୁଲିସ୍ ପହଞ୍ଚି ତଦନ୍ତ କରୁଛନ୍ତି।
Comments are closed.