www.samajalive.in
Wednesday, December 10, 2025
14.1 C
Bhubaneswar

ଜାମତରା ଟ୍ରେନ ଟ୍ରାଜେଡି: ୧୨ ମୃତ, ଅନେକ ଆହତ

ଜାମତରା: ଟ୍ରେନଲାଇନ ପାର ହେଉଥିବାବେଳେ ଟ୍ରେନ ମାଡିଯିବା ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଆହତଙ୍କ ଚିକିତ୍ସା କରାଯାଉଛି। କଳାଝରିଆ ରେଳ ଷ୍ଟେସନରେ କିଛି ଯାତ୍ରୀ ରେଳଧାରଣା ପାର ହେଉଥିବା ବେଳେ ଏକ ଏକ୍ସପ୍ରେସ ଟ୍ରେନ ସେମାନଙ୍କ ଉପରେ ମାଡିଯାଇଥିଲା। ଘଟଣାସ୍ଥଳରେ ରେଳବାଇ ପୁଲିସ ଓ ସ୍ଥାନୀୟ ପ୍ରଶାସନ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସୂଚନା ଅନୁସାରେ ଅଙ୍ଗ ଏକ୍ସପ୍ରେସରେ ନିଆଁ ଲାଗିଥିବା ଖବର ପାଇ କିଛି ଯାତ୍ରୀ ଭୟଭୀତ ହୋଇ ଜୀବନ ରକ୍ଷା କରିବାକୁ ଟ୍ରେନର ଚେନ ଟାଣି ଅଟକାଇବା ସହ ତଳକୁ ଡେଇଁବା ଆରମ୍ଭ କରିଥିଲେ। କିଛି ଯାତ୍ରୀ ଡେଇଁବା ସହ ରେଳଲାଇନ ପାର ହେବାକୁ ଯାଉଥିବା ବେଳେ ବିପରୀତ ଟ୍ରାକରେ ଆସୁଥିବା ଝାଝା-ଆସନସୋଲ ଏକ୍ସପ୍ରେସ ସେମାନଙ୍କ ଉପରେ ମାଡିଯାଇଥିଲା। ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିବା ଜାମତରା ଡିସିପି ସୂଚନର ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories