www.samajalive.in
Saturday, December 6, 2025
19.1 C
Bhubaneswar

ପୁଣି ରାଜନୈତିକ ସଙ୍କଟ – ସଂସଦର ନୂଆ ଅଧିବେଶନ ଡାକିବାକୁ ମନା କଲେ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭି

​ଡେସ୍କ: ନବନିର୍ବାଚିତ ନ୍ୟାସନାଲ ଆସେମ୍ବ୍ଲିର ପ୍ରଥମ ଅଧିବେଶନ ଡାକିବାକୁ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭି ମନା କରିବା ଦ୍ୱାରା ଆଇନଗତ ପରିଣାମ ଭୋଗିବାକୁ ପଡ଼ିବ ବୋଲି ପିଏମ୍ଏଲ୍-ଏନ୍ ଓ ପିପିପିର ବରିଷ୍ଠ ନେତାମାନେ ଚେତାବନୀ ଦେଇଛନ୍ତି। ନବନିର୍ବାଚିତ ନ୍ୟାସନାଲ ଆସେମ୍ବ୍ଲିର ପ୍ରଥମ ଅଧିବେଶନ ଫେବ୍ରୁଆରି ୨୯ରେ ଡାକିବା ପାଇଁ କାର୍ଯ୍ୟନିର୍ବାହୀ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ପଦକ୍ଷେପକୁ ସୋମବାର ଆଲଭି ପ୍ରତ୍ୟାଖ୍ୟାନ କରିଛନ୍ତି।

ଜନ୍ମମାଟିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ମା’ କିଚକେଶ୍ବରୀଙ୍କୁ କଲେ ଦର୍ଶନ

- Advertisement -

ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ଘନିଷ୍ଠତା ପାଇଁ ଜଣାଶୁଣା ଆଲଭି କହିଛନ୍ତି ଯେ ନ୍ୟାସନାଲ ଆସେମ୍ବ୍ଲିର ସମସ୍ତ ସଂରକ୍ଷିତ ଆସନ ଆବଣ୍ଟନ କରାଯିବା ପରେ ନବନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିବେ।

ଚାକିରି ପାଇଁ ଜମି ମାମଲା – ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ଓ ୨ ଝିଅଙ୍କୁ ଜାମିନ

‘ଡନ୍’ ଖବରକାଗଜର ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ମଙ୍ଗଳବାର ଆଲଭିଙ୍କ ଆପତ୍ତିକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ସାମ୍ବିଧାନିକ ଦୃଷ୍ଟିରୁ ପ୍ରଥମ ନ୍ୟାସନାଲ ଆସେମ୍ବଲି ଅଧିବେଶନ ନିର୍ବାଚନର ୨୧ ଦିନ ମଧ୍ୟରେ ହେବା ଉଚିତ ଏବଂ ସମୟସୀମା ଶେଷ ହେବା ପୂର୍ବରୁ ରାଷ୍ଟ୍ରପତି ଅଧିବେଶନ ଡାକିପାରିବେ। ସମ୍ବିଧାନର ଧାରା ୯୧ ଅନୁଯାୟୀ ନ୍ୟାସନାଲ ଆସେମ୍ବଲିର ପ୍ରଥମ ଅଧିବେଶନ ପାଇଁ ଫେବ୍ରୁଆରି ୨୯ ତାରିଖ ଧାର୍ଯ୍ୟ କରାଯାଇଛି।

କୃଷି ଭବନ ପରିଦର୍ଶନ କଲେ, ୨ ଜଣ ସଫଳ କୃଷକଙ୍କ ସହ କଥା ହେଲେ ବିଲ୍ ଗେଟ୍ସ

ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ-ଜରଦାରୀ ମଙ୍ଗଳବାର ଚେତାବନୀ ଦେଇଛନ୍ତି ଯେ ସାମ୍ବିଧାନିକ ବ୍ୟବସ୍ଥା ଅନୁସରଣ ନ କଲେ ଆଲଭିଙ୍କ ବିରୋଧରେ ଅନେକ ମାମଲା ରୁଜୁ କରାଯିବ। ଆଲଭିଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରାଯିବ ବୋଲି ବିଲାଓ୍ଵାଲ କହିଛନ୍ତି। ପ୍ରଥମଟି ହେଉଛି ୨୦୨୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରେ ନ୍ୟାସନାଲ୍ ଆସେମ୍ବ୍ଲି ଭଙ୍ଗ କରିବା ଏବଂ ଦ୍ବିତୀୟଟି ହେଉଛି ନ୍ୟାସନାଲ୍ ଆସେମ୍ବ୍ଲି ଅଧିବେଶନ ଡାକି ସମ୍ବିଧାନ ରଦ୍ଦ କରିବା। ତେବେ ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ଆଣିବା ପାଇଁ ତାଙ୍କ ଦଳର କୌଣସି ଯୋଜନା ନାହିଁ ବୋଲି ସେ କହିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories