www.samajalive.in
Saturday, December 6, 2025
19.1 C
Bhubaneswar

ବନାଗ୍ନି ନିବାରଣ ସଚେତନତା ସଭା

କଣ୍ଟାବାଞ୍ଜି: ବଲାଙ୍ଗୀର ବନଖଣ୍ଡ ଅନ୍ତର୍ଗତ କଣ୍ଟାବାଞ୍ଜି ବନାଞ୍ଚଳ ଆନୁକୂଲ୍ୟରେ ତୁରେକେଲା ବନପାଳ କାର୍ଯ୍ୟାଳୟ ପରିସରରେ ବନାଞ୍ଚଳସ୍ତରୀୟ ବନାଗ୍ନି ନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କଣ୍ଟାବାଞ୍ଜି ରେଞ୍ଜର ସିଦ୍ଧାନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ସଭ୍ୟ କୌଶିକ ମେହେର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ ଦାଶ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସରପଞ୍ଚ ଜଳନ୍ଧର ମହାକୁଡ, ଅଗ୍ନିଶମ ଅଧିକାରୀ ଅସିତ କୁମାର ଜେନା, କେନ୍ଦୁପତ୍ର ଫରେଷ୍ଟର ବ୍ରଜ ବିଶ୍ୱାଳ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅତିଥିମାନେ ବନାଗ୍ନିର କାରଣ ଓ କ୍ଷତି ଉପରେ ଆଲୋକପାତ କରିଥିଲେ। ଗ୍ରୀଷ୍ମ ଋତୁରେ କିଭଳି ଭାବରେ ବନାଗ୍ନିକୁ ରୋକି ହେବ ତା’ ଉପରେ ଆଲୋଚନା ହୋଇଥିଲା। ପରିଶେଷରେ ସମସ୍ତେ ଜଙ୍ଗଲ ବଞ୍ଚାଇବାକୁ ସମସ୍ତେ ଶପଥ ପାଠ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବନ ବିଭାଗର କର୍ମଚାରୀ, ଫରେଷ୍ଟର ନପ ହରପାଲ, ଗୋବର୍ଦ୍ଧନ ପଟେଲ, ସୁନିଲ ଛତ୍ରିଆ, ଫରେଷ୍ଟଗାର୍ଡ ପରମାନନ୍ଦ ମାଝୀ, କୃଷ୍ଣଚନ୍ଦ୍ର ବନଛୋର, ସମାଜସେବୀ ତଥା ପ୍ରକୃତି ପ୍ରେମୀମାନେ ଯୋଗ ଦେଇଥିଲେ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories