www.samajalive.in
Saturday, December 6, 2025
26.1 C
Bhubaneswar

ବେଦାନ୍ତ ଆଲୁମିନିୟମର “ଜୀବିକା ସମୃଦ୍ଧି ପ୍ରକଳ୍ପ” ଝାରସୁଗୁଡ଼ାରେ ସ୍ମାର୍ଟ କୃଷି ଉଦ୍ୟୋଗୀଙ୍କ ଆର୍ଥିକ ଏବଂ ସାମାଜିକ ପ୍ରଗତିରେ ହେଉଛି ସହାୟକ

ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମର କୃଷି ଭିତ୍ତିକ ସ୍ଥାୟୀ ଜୀବିକା ଅଭିଯାନ ‘ଜୀବିକା ସମୃଦ୍ଧି ପ୍ରକଳ୍ପ’ ଝାରସୁଗୁଡ଼ା ଜିଲ୍ଲାର କୃଷକମାନଙ୍କ ମଧ୍ୟରେ ପରିବର୍ତ୍ତନର କାହାଣୀକୁ ବଖାଣିଛି ।

ପ୍ରାରମ୍ଭିକ ଭାବେ କୃଷି କ୍ଷେତ୍ରରେ ‘ଜଳବାୟୁ ଅନୁସାରେ ସ୍ମାର୍ଟ କୃଷି ପ୍ରଣାଳୀ’ ଏବଂ ଆନୁଷଙ୍ଗିକ ବ୍ୟବସ୍ଥାକୁ କିପରି ବ୍ୟବହାର କରିହେବା ତାହାର ସଫଳ ରୂପାୟନ ଏବଂ କୃଷି କ୍ଷେତ୍ରରେ ଏହାର ଉପଯୋଗ କରି ବେଦାନ୍ତ ଆଲୁମିନିୟମର ଏହି ଫ୍ଲାଗସିପ୍ ପ୍ରକଳ୍ପ ରେ ୪୦୦ରୁ ଅଧିକ କୃଷକ ପରିବାରର ଜୀବନରେ ଉନ୍ନତି ଆଣି ପାରିଛି।

- Advertisement -

ଏବେ ତୃତୀୟ ଏହାର ପର୍ଯ୍ୟାୟ ଚାଲିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାର ପରମନପୁର, କୁମୁଡାପାଲି ଓ ଡାଲକି ଗ୍ରାମରେ ଅତିରିକ୍ତ ୫୦୦ କୃଷକ ପରିବାରକୁ ସଶକ୍ତ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ ରଖିଛି ।

ଧାନ ଚାଷର “ସିଷ୍ଟମ ଅଫ୍ ରାଇସ୍ ଇନଟେନସନ (ଏସଆରଆଇ)” ପଦ୍ଧତି କାର୍ଯ୍ୟକାରୀ କରିବା ଯୋଗୁଁ ପରମନପୁର ଗ୍ରାମର ମନବୋଧ ପ୍ରଧାନ ନାମକ ଚାଷୀ ଅନେକ ଲାଭ ପାଇଥିବା ସୂଚନା ଦେଇଛନ୍ତି । ଏସଆରଆଇ ତାଙ୍କର ବ୍ୟୟ ବା ଖର୍ଚ୍ଚ ହ୍ରାସ କରିଛି ଏବଂ ତାଙ୍କର କୃଷି ଉତ୍ପାଦକନକୁ ବୃଦ୍ଧି କରିଛି । ବର୍ତ୍ତମାନ ,ସେ ୨ ଏକରରୁ ୫୧ କୁଇଣ୍ଟାଲ ଧାନ ଅମଳ କରୁଛନ୍ତି।

ଗୁଡିଗାଓଁ ଗ୍ରାମର ଚାଷୀ ନରେଶ ପଟେଲ ତାଙ୍କର ସଫଳ କାହାଣୀକୁ ପ୍ରକାଶ କରିଛନ୍ତି । “ପ୍ରାକୃତିକ କୀଟ ପରିଚାଳନା ଏବଂ ଜୈବିକ ଚାଷ ପଦ୍ଧତି ଉପରେ ପ୍ରଶିକ୍ଷଣ ଅଧିବେଶନରେ ଅଦା, ଲଙ୍କା, ଧନିଆ, ଲାଉ ଭଳି ଅନେକ ଅର୍ଥକାରୀ ଫସ କରିବାରେ ସେ ସଫଳ ହୋଇଛନ୍ତି । ଏଥିଯୋଗୁ ତାଙ୍କର ଆୟ ବୃଦ୍ଧି ପାଇଛି ।

ଜୀବିକା ସମୃଦ୍ଧି ବହୁ ସଂଖ୍ୟକ କୃଷକ ପରିବାରଙ୍କୁ ଉନ୍ନତ କୃଷି ପଦ୍ଧତି ସହିତ ଜମି ଓ ଜଳ ପରିଚାଳନାରେ ସର୍ବୋତ୍ତମ ପଦ୍ଧତି ସହିତ ପରିଚିତ କରାଇ ସକାରାତ୍ମକ ଭାବେ ପ୍ରଭାବିତ କରୁଥିବା ଝାରସୁଗୁଡ଼ା ଜିଲ୍ଲା ଉଦ୍ୟାନ କୃଷି ସହକାରୀ ନିର୍ଦେଶକ ମନୋରଂଜନ ନନ୍ଦ କହିଛନ୍ତି । ଏହା ତୃତୀୟ ପର୍ଯ୍ୟାୟ ଝାରସୁଗୁଡ଼ାର କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବ ସେ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ବେଦାନ୍ତ ଆଲୁମିନିୟମର ମହତ୍ୱାକାଂକ୍ଷୀ “ଜୀବିକା ସମୃଦ୍ଧି ପ୍ରକଳ୍ପ”ର ତୃତୀୟ ପର୍ଯ୍ୟାୟରେ ଗ୍ରାମୀଣ କୃଷିର ଆହ୍ୱାନର ମୁକାବିଲା ପାଇଁ ଅଭିନବ ଏବଂ ସ୍ଥାୟୀ ସମାଧାନ ର ଶୁଭାରମ୍ଭ କରାଯାଇଛି । ପୋଖରୀ ପୁନରୁଦ୍ଧାର ଏବଂ ସୌର ପମ୍ପଠାରୁ ଆରମ୍ଭ କରି ଜଳ ବ୍ୟବହାରକୁ ସୁଦୃଢ଼ କରିବା ପାଇଁ ଆଧୁନିକ କ୍ଷୁଦ୍ର ଜଳସେଚନ ପଦ୍ଧତି ପର୍ଯ୍ୟନ୍ତ, ଏହି ପ୍ରକଳ୍ପରେ ଚାଷୀମାନଙ୍କୁ “ଧାନ ରକ୍ଷଣାବେକ୍ଷଣ ପ୍ରଣାଳୀ (ଏସଆରଆଇ)” ଏବଂ “ୱାଡି” ମଡେଲ ଭଳି ଉନ୍ନତ କୌଶଳ ବ୍ୟବହାର କରି ଉର୍ବର ଜମିକୁ ପୁନରୁଦ୍ଧାର କରିବା, ଫସଲ ଉତ୍ପାଦନକୁ ସ୍ଥାୟୀ ଭାବରେ ବୃଦ୍ଧି କରିବା ବିଷୟରେ କୃଷକମାନଙ୍କୁ ସୂଚନା ଦିଆଯିବା ସହ ପ୍ରଶିକ୍ଷିତ କରାଯାଉଛି । ଝାରସୁଗୁଡା ଜିଲ୍ଲାର ଉଦ୍ୟାନକୃଷି ବିଭାଗର ସହକାରୀ ନିର୍ଦେଶକ ମନୋରଂଜନ ନନ୍ଦ ଏହି ଯୋଜନା ଚାଷୀମାନଙ୍କର ଜୀବନ ଶୈଳୀରେ ଉନ୍ନତି ଏବଂ ଆର୍ଥିକ ପ୍ରଗତିରେ ସହାୟକ ହେବା ବୋଲି କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ବେଦାନ୍ତ ଆଲୁମିନିୟମର ‘ଜୀବିକା ସମୃଦ୍ଧି ପ୍ରକଳ୍ପ’ରେ ସାମିଲ ହୋଇଥିବା ଚାଷୀମାନେ ଉନ୍ନତ ଜଳସେଚନ ସୁବିଧା ଯୋଗୁଁ ବର୍ଷତମାମ ଚାଷ କାର୍ଯ୍ୟରେ ନିୟୋଜିତ ହୋଇପାରୁଛନ୍ତି , ସେମାନଙ୍କର ବର୍ଷା ଉପରେ ନିର୍ଭରଶୀଳତା ହ୍ରାସ ପାଇଛି। ଧାନ ଚାଷର “ସିଷ୍ଟମ ଅଫ୍ ରାଇସ୍ ଇନଟେନସନ (ଏସଆରଆଇ)” ପଦ୍ଧତି କାର୍ଯ୍ୟକାରୀ କରିବା ଯୋଗୁଁ ମାସିକ ଆୟ ୫୦ ପ୍ରତିଶତ ବୃଦ୍ଧି ପାଇଛି । ଏହି ପ୍ରକଳ୍ପରେ ସାମିଲ ୭୭ ପ୍ରତିଶତ କୃଷକଙ୍କ ମାସିକ ଆୟ ଏହି ଅନୁପାତରେ ବୃଦ୍ଧି ହୋଇଛି ।

ତୃତୀୟ ପର୍ଯ୍ୟାୟରେ ନଳକୂପଗୁଡ଼ିକରେ ସୌର ଜଳସେଚନ ବ୍ୟବସ୍ଥା ସ୍ଥାପନ ଫଳରେ ଚାଷୀଙ୍କ ପାଇଁ ଜଳସେଚନ ଭିତ୍ତିଭୂମି ବୃଦ୍ଧି ପାଇଛି। ସୌର ଶକ୍ତି ଚାଳିତ ଜଳସେଚନ ସୁବିଧା କାର୍ଯ୍ୟକାରୀ ଯୋଗୁଁ ବିଭିନ୍ନ ହାଇବ୍ରିଡ୍ ପନିପରିବା ଚାଷରେ ଚାଷୀଙ୍କୁ ସହାୟତା ମିଳି ପାରୁଛି ।
ଜୈବିକ ଚାଷ ଉପରେ ଗୁରୁତ୍ବ ଦେବା ସହ ପ୍ରାକୃତିକ ଭାବେ ମାଟିର ଉର୍ବରତା ବଢ଼ାଇବା ପାଇଁ ଭର୍ମିକମ୍ପୋଷ୍ଟ ଟାଙ୍କି ଓ ଜୈବ ସାର ପ୍ରତିଷ୍ଠା ଭଳି ଅଭ୍ୟାସ ସମ୍ପର୍କରେ ଚାଷୀଙ୍କୁ ବିସ୍ତୃତ ସଚେତନ ଏବଂ ପ୍ରଶିକ୍ଷଣ ଦିଆଯାଇଛି ।

ଏହାବ୍ୟତୀତ, ଏହି ପ୍ରକଳ୍ପ ମତ୍ସ୍ୟଚାଷ ପରି କୃଷି-ଆନୁଷଙ୍ଗିକ ବ୍ୟବସ୍ଥାକୁ ବି ପ୍ରାଧାନ୍ୟତା ପ୍ରଦାନ କରୁଛି । ଏହି ପରି ଆନୁଷଙ୍ଗିକ କୃଷି ଚାଷୀମାନଙ୍କକ ପାଇଁ ଅତିରିକ୍ତ ଆୟ ସୃଷ୍ଟି ପାଇଁ ସୁଯୋଗ ଦେଇଥାଏ | ପାରମ୍ପରିକ କୃଷି ସହିତ ମତ୍ସ୍ୟ ଚାଷକୁ ସମନ୍ୱିତ କରି ଚାଷୀମାନେ ନୂତନ ବଜାର ଏବଂ ରାଜସ୍ୱ ଆୟ ସ୍ରୋତରେ ସାମିଲ ହେବାରେ ସହାୟକ ହେଉଛି ।

କୃଷକମାନଙ୍କୁ ଜଳବାୟୁ-ସ୍ମାର୍ଟ କୃଷି ଅଭ୍ୟାସ ଏବଂ ଆଧୁନିକ ବୈଷୟିକ ହସ୍ତକ୍ଷେପ ବିଷୟରେ ଏ ବିଶେଷଜ୍ଞମାନଙ୍କ ଦ୍ୱାରା ବ୍ୟାପକ ପ୍ରଶିକ୍ଷଣ ଏବଂ ତାଲିମ ପ୍ରଦାନ କରାଯାଇଥାଏ । ମିଳିତ ଭାବେ, ଏହି ପ୍ରକଳ୍ପ କୃଷକମଙ୍କ ସାମାଜିକ ଅର୍ଥନୈତିକ ସମୃଦ୍ଧି ସହ ଗ୍ରାମଜୀବନରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସହାୟକ ହେଉଛି ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories