www.samajalive.in
Monday, December 15, 2025
26.1 C
Bhubaneswar

ଚାକିରି ପାଇଁ ଜମି ମାମଲା – ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ଓ ୨ ଝିଅଙ୍କୁ ଜାମିନ

ଡେସ୍କ: ରେଳବାଇର ଚାକିରି ପାଇଁ ଜମି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ଏବଂ ତାଙ୍କ ଝିଅ ମୀସା ଭାରତୀ ଓ ହେମା ଯାଦବଙ୍କୁ ଦିଲ୍ଲୀର ଏକ ଅଦାଲତ ଜାମିନ ପ୍ରଦାନ କରିଛନ୍ତି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ରାବଡି ଦେବୀଙ୍କ ସନ୍ତାନଙ୍କ ମଧ୍ୟରେ ସବୁଠୁ ବଡ଼ ମିସା ଭାରତୀ ବିହାରରୁ ରାଜ୍ୟସଭା ସାଂସଦ ଅଛନ୍ତି।

କୃଷି ଭବନ ପରିଦର୍ଶନ କଲେ, ୨ ଜଣ ସଫଳ କୃଷକଙ୍କ ସହ କଥା ହେଲେ ବିଲ୍ ଗେଟ୍ସ

- Advertisement -

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାମିନ ଆବେଦନକୁ ବିରୋଧ ନ କରିବାରୁ ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗନେ ତିନି ଜଣଙ୍କୁ ଆଶ୍ୱସ୍ତି ଦେଇଛନ୍ତି। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅଭିଯୁକ୍ତଙ୍କୁ ଜାମିନ ଦେବା ସମୟରେ କଠୋର ସର୍ତ୍ତ ଲାଗୁ କରାଯାଉ ବୋଲି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦର୍ଶାଇଛି। ସେମାନଙ୍କ ନିୟମିତ ଜାମିନ ଆବେଦନ ଉପରେ ଯୁକ୍ତି ଉପସ୍ଥାପନ କରିବା ପାଇଁ ସମୟ ଦରକାର ବୋଲି ଇଡି କହିବା ପରେ ବିଚାରପତି ଫେବ୍ରୁଆରି ୯ରେ ସେମାନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।

ଆସିଲା ପଲସରର ନୂଆ ମଡେଲ, ପୂର୍ବ ଅପେକ୍ଷା ମହଙ୍ଗା

ଇଡିର ଚାର୍ଜସିଟକୁ ଗ୍ରହଣ କରି ସମନ୍ ଜାରି କରିବା ପରେ ଅଭିଯୁକ୍ତମାନେ କୋର୍ଟରେ ହାଜର ହୋଇଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories