ଆସିଲା ପଲସରର ନୂଆ ମଡେଲ, ପୂର୍ବ ଅପେକ୍ଷା ମହଙ୍ଗା
ନୂଆଦିଲ୍ଲୀ : ନୂଆ ୨୦୨୪ ପଲସର୍ ଏନଏସ୍ ୧୬୦ ଏବଂ ଏନଏସ୍ ୨୦୦କୁ ଲଞ୍ଚ୍ କରିବା ପରେ ଏବେ ବଜାଜ ଭାରତରେ ଅପଡେଟେଡ୍ ପଲସର୍ ଏନଏସ୍ ୧୨୫ ମଧ୍ୟ ଲଞ୍ଚ୍ କରିଦେଇଛି । ଏହାର ଦାମ୍ ୧,୦୪,୯୨୨ ଟଙ୍କା(ଏକ୍ସ-ଶୋରୁମ୍) ରଖାଯାଇଛି । ଏହି ଦାମ୍ ସହିତ ଏହା ପୁରୁଣା ମଡେଲ୍ ତୁଳନାରେ ଏବେ ୫ ହଜାର ଟଙ୍କା ମହଙ୍ଗା ହୋଇଯାଇଛି । ବଜାରରେ ଏହାର ସିଧା ମୁକାବିଲା ହିରୋ ଏକ୍ସଟ୍ରିମ୍ ୧୨୫ଆର୍ ଏବଂ ଟିଭିଏସ୍ ରାଇଡର ୧୨୫ ସହ ହେବ ।
୨୦୨୪ ବଜାଜ ପଲସର ଏନଏସ୍ ୧୨୫ରେ ମଧ୍ୟ ସେହି ଅପଡେଟ୍ ଦେଖିବାକୁ ମିଳୁଛି ଯାହା ବଡ ପଲସର (ଏନଏସ୍ ୧୬୦ ଏବଂ ଏନଏସ୍ ୨୦୦)ରେ ମିଳିଛି । ଏହାର ଦମଦାର ଡିଜାଇନକୁ ପୂର୍ବ ଭଳି ରଖାଯାଇଛି । ବାଇକର ସାମ୍ନା ଡିଜାଇନ୍, ଫ୍ୟୁଲ ଟ୍ୟାଙ୍କ ଏବଂ ସାଇଡ ପ୍ୟାନେଲରେ କୌଣସି ପରିବର୍ତ୍ତନ କରାଯାଇନି । ତେବେ ଏହାର ହେଡଲାଇଟରେ କିଛି ପରିବର୍ତ୍ତନ କରାଯାଇଛି ।
ବାଇକରେ ଏବେ ସ୍ମାର୍ଟଫୋନ୍ କନେକ୍ଟିଭିଟି ବିଶିଷ୍ଟି ସମ୍ପୂର୍ଣ୍ଣ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କନସୋଲ ଦିଆଯାଇଛି । ଯାହା ଫଳରେ ଚାଳକ ଏସଏମଏସ୍ ଏବଂ କଲ୍ ନୋଟିଫିକେସନ୍ ଫୋନ୍ ବ୍ୟାଟେରୀର ସ୍ତର ଭଳି ସୂଚନା ଦେଖିପାରିବେ । ଏହା ବ୍ୟତୀତ, ବାଇକରେ ୟୁଏସବି ପୋର୍ଟ ଏବଂ ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ ମଧ୍ୟ ଦିଆଯାଇଛି । ୟୁଏସବି ପୋର୍ଟରୁ ଆପଣ ନିଜ ଫୋନ୍ ବା ଇୟରଫୋନ୍ ଆଦି ଚାର୍ଜ କରିପାରିବେ । ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ ମଧ୍ୟ ଏଥିରେ ରଖାଯାଇଛି । ବାଇକରେ ସିଙ୍ଗଲ-ଚ୍ୟାନେଲ୍ ଏବିଏସ୍ ସିଷ୍ଟମ ସହିତ ଫ୍ରଣ୍ଟ ଡିସ୍କ ବ୍ରେକ୍ ଏବଂ ରିୟରରେ ଡ୍ରମ୍ ବ୍ରେକ୍ ଦିଆଯାଇଛି ।
Comments are closed.