www.samajalive.in
Monday, December 15, 2025
17.1 C
Bhubaneswar

ହିମାଚଳ ବିଧାନସଭାରେ ୧୫ଜଣ ବିଜେପି ବିଧାୟକ ନିଲମ୍ବିତ

ହିମାଚଳପ୍ରଦେଶ: ବିଧାନସଭା ବଜେଟ ଅଧିବେଶନ ଚାଲିଥିବା ବେଳେ ବାଚସ୍ପତିଙ୍କୁ ଅସମ୍ମାନ କରିବା ମହଙ୍ଗା ପଡିଛି । କାର୍ଯ୍ୟାନୁଷ୍ଠାନ ନେବା ସହିତ ଅଧିବେଶନରୁ ୧୫ଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି କୁଲଦୀପ ପଠାନିଆ । ନିଲମ୍ବିତ ବିଧାୟକଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ।
ସୂଚନା ଅନୁସାରେ ବୁଧବାର ଶିମଲାରେ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଏହି ସମୟରେ ଗୃହରେ ଜୋରଦାର ନାରାବାଜି କରିବା ସହ ବିରୋଧୀ ବିଧାୟକ ବାଚସ୍ପତିଙ୍କୁ ଗାଳିଗୁଲଜ କରିଥିଲେ । ଗୃହର ମଧ୍ୟଭାଗରେ ଆସି ହଙ୍ଗାମା କରିବା ସହ କାଗଜପତ୍ର ଏବଂ ଚେୟାର ଫିଙ୍ଗିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories