www.samajalive.in
Sunday, December 7, 2025
16.1 C
Bhubaneswar

ଗଣତନ୍ତ୍ର ମନ୍ଦିରରେ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ୍ ନିନ୍ଦନୀୟ…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, କର୍ଣ୍ଣାଟକ ଏବଂ ହିମାଚଳ ପ୍ରଦେଶରୁ ମୋଟ ୧୫ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। କର୍ଣ୍ଣାଟକରେ କଂଗ୍ରେସ ୩ଟି ରାଜ୍ୟ ସଭା ଆସନରେ ବିଜୟୀ ହୋଇଛି। ଅନ୍ୟପଟେ ଭାଜପା ମାତ୍ର ଗୋଟିଏ ଆସନ ପାଇଛି। ଦକ୍ଷିଣୀ ରାଜ୍ୟରେ ଭାଜପା ପ୍ରାର୍ଥୀ ନିଜ ଦଳକୁ ଧୋକା ଦେଇ କଂଗ୍ରେସ ସପକ୍ଷରେ ଭୋଟ କରିଛନ୍ତି। କ୍ରସଂ ଭୋଟିଂ ହୋଇ ସୁଦ୍ଧା ଭାଜପା ରାଜ୍ୟରେ ଗୋଟିଏ ଆସନ ଜିତିବାରେ ସଫଳ ହୋଇଛି। ଏଥିରେ କଂଗ୍ରେସରୁ ମାକେନ ୪୭ ଭୋଟ, ନାସିର ହୁସେନ ଓ ଜିସି ଚନ୍ଦ୍ରଶେଖର ଉଭୟ ୪୬ଟି ଲେଖାଏଁ ଭୋଟ ପାଇ ବିଜୟୀ ହୋଇଛନ୍ତି । ଭାଜପାର ନାରାୟଣ ରାଣେ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। ତେବେ କର୍ଣ୍ଣାଟକରେ ରାଜ୍ୟସଭା ନିର୍ବାଚନ ଫଳାଫଳ ପରେ  ଏକ ନୂଆ ବିବାଦ ଉପୁଜିଛି। ବିଜେପି କଂଗ୍ରେସ ପ୍ରାର୍ଥୀ ନାସିର ହୁସେନ୍ ଙ୍କ ସମର୍ଥକଙ୍କୁ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ୍ ଦେଇଥିବା ଅଭିଯୋଗ ହୋଇଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ ବୁଧବାର ବିଧାନସଭାରେ ବଜେଟ୍ ପାରିତ ହେବ । ଏଥିସହ ବିଜେପି ସ୍ଲୋଗାନ୍ ଦେବା ବିରୋଦରେ ବିରୋଧ କରିବାକୁ ପ୍ରସ୍ତୁତ ହୋଇଛି। କର୍ଣ୍ଣାଟକ ବିଧାନସଭାରେ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଆର୍.ଅଶୋକ ଟ୍ବିଟ୍ କରି ଦାବି କରିଛନ୍ତି ଯେ ନାସିର୍ ହୁସେନ୍ ଙ୍କ ସମର୍ଥକ ମାନେ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ୍ ଦେଇଛନ୍ତି। ଏହାସହ ସେ ଏହାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। କର୍ଣ୍ଣାଟକ ବିଜେପି ରାଜ୍ୟ ସଭାପତି ଭି. ୟେଦୁରପ୍ପା ଏହି ଘଟଣାକୁ ନିନ୍ଦନୀୟ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଗଣତନ୍ତ୍ର ର ମନ୍ଦିରରେ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ୍ ଦେବା ଅତ୍ୟନ୍ତ ନିନ୍ଦନୀୟ । ତେଣୁ ଯେଉଁମାନେ ଏହି ନାରା ଦେଇଛନ୍ତି  , ସେମାନଙ୍କୁ ଗିରଫ କରାଯାଉ। ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜ୍ଜୁ କରାଯାଉ ବୋଲି ସେ ଦାବି କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories