୪୬ ମିଟର ଲମ୍ବର ମଡ୍ୟୁଲାର ସେତୁ ନିର୍ମାଣ କଲା ଭାରତୀୟ ସେନା

ଡେସ୍କ: ୪୬ ମିଟର ଲମ୍ବର ମଡ୍ୟୁଲାର ସେତୁ ନିର୍ମାଣ କରି ଭାରତୀୟ ସେନା ନିଜର ସେତୁ ନିର୍ମାଣ ଦକ୍ଷତା ପ୍ରଦର୍ଶନ କରିଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ବିକଶିତ ଏହି ସେତୁର ଡିଜାଇନ ସିଷ୍ଟମ ଆଜି ନୂଆଦିଲ୍ଲୀର ମାନେକଶା ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ହସ୍ତାନ୍ତର କରାଯାଇଛି। ଏହି ଅବସରରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଉପସ୍ଥିତ ଥିଲେ।

ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ: ନିର୍ମଳା ସୀତାରମଣ

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଆସନ୍ତା ୪ ବର୍ଷ ମଧ୍ୟରେ ସଶସ୍ତ୍ର ବାହିନୀରେ ମୋଟ ୪୧ଟି ସେତୁ ସାମିଲ କରାଯିବ। ଏହି ସେତୁ ସେନାକୁ କେନାଲ ଓ ଖାଲ ଭଳି ବାଧାବିଘ୍ନକୁ ସହଜରେ ଅତିକ୍ରମ କରିବାରେ ସହାୟକ ହେବ। ବର୍ତ୍ତମାନ ଭାରତୀୟ ସେନାରେ ବ୍ୟବହୃତ ହେଉଥିବା ମାନବ ନିର୍ମିତ ମଧ୍ୟମ ଗର୍ଡର ବ୍ରିଜର ସ୍ଥାନ ନେବ ଏହି ମଡ୍ୟୁଲାର ସେତୁ।

ଦିଲ୍ଲୀର ୪ଟି ଓ ହରିୟାଣାର ଗୋଟିଏ ଆସନ ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କଲା ଆପ୍

Comments are closed.