www.samajalive.in
Sunday, December 14, 2025
26.1 C
Bhubaneswar

ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ: ନିର୍ମଳା ସୀତାରମଣ

ଡେସ୍କ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ମୋଦୀ ସରକାରଙ୍କ ତୃତୀୟ ପାଳିରେ ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ସରକାରଙ୍କ ୧୦ ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତି ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି। ଆଜି ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ କନ୍ କ୍ଲେଭ୍ ବିକଶିତ ଭାରତ @୨୦୪୭ରେ ସେ ଏହା କହିଛନ୍ତି।

୪୯ ଟଙ୍କାରେ ମିଳୁଥିଲା ୪୮ଟି ଅଣ୍ଡା: କିଣିବାରୁ ଆକାଉଣ୍ଟ ହୋଇଗଲା ଖାଲି

- Advertisement -

ବିକଶିତ ଭାରତ ପାଇଁ ସରକାରଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ପରବର୍ତ୍ତୀ ପିଢ଼ିର ସଂସ୍କାର ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ସେ କହିଛନ୍ତି ଯେ ସରକାରଙ୍କ ତରଫରୁ ଶୃଙ୍ଖଳିତ ସଂସ୍କାର କରାଯାଇଛି ଯାହା ଆଗାମୀ ବର୍ଷଗୁଡ଼ିକରେ ଜାରି ରହିବ। ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସରକାର ପୁଞ୍ଜି ବ୍ୟୟ ବଢ଼ାଉଛନ୍ତି ବୋଲି ସେ କହିଛନ୍ତି। କୃଷି ଉତ୍ପାଦନ ବୃଦ୍ଧି, ଲଜିଷ୍ଟିକ୍ ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ଏବଂ ଏକ ଦୃଢ଼ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇକୋସିଷ୍ଟମ୍ ଗଠନର ପ୍ରଚୁର ସମ୍ଭାବନା ରହିଛି ବୋଲି ମନ୍ତ୍ରୀ କହିଥିଲେ।

ଦିଲ୍ଲୀର ୪ଟି ଓ ହରିୟାଣାର ଗୋଟିଏ ଆସନ ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କଲା ଆପ୍

ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତୀୟ ଅର୍ଥନୀତି ନୂଆ ମାଇଲଖୁଣ୍ଟ ହାସଲ କରିଛି। ସେ କହିଛନ୍ତି ଯେ ୟୁପିଏ ସରକାର ସମୟରେ ଦେଶର ଅର୍ଥନୀତି ପୂର୍ବରୁ ଦୁର୍ବଳ ପାଞ୍ଚଟି ସ୍ଥିତିରୁ ଶୀର୍ଷ ପାଞ୍ଚ ସ୍ଥାନରେ ପହଞ୍ଚିଛି।

ସରକାରଙ୍କ ସଂସ୍କାର ଏବଂ ନୀତିଗତ ପଦକ୍ଷେପ ଉପରେ ଆଲୋକପାତ କରି ଶ୍ରୀ ଠାକୁର କହିଥିଲେ ଯେ ଚଳିତ ବର୍ଷର ରେକର୍ଡ ପୁଞ୍ଜି ବ୍ୟୟ ୧୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଆବଣ୍ଟନ କରାଯାଇଛି। ସେ କହିଛନ୍ତି ଯେ ୪୫ କୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି ଏବଂ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ମିଳୁଛି ଯାହା ଗରିବ ଏବଂ ଅବହେଳିତ ଶ୍ରେଣୀକୁ ସାହାଯ୍ୟ କରୁଛି। ଏହି ସରକାରଙ୍କ ଅଧୀନରେ ୧୮ ଲକ୍ଷ କୋଟିରୁ ଅଧିକ ଟଙ୍କାର ରେକର୍ଡ ଏମଏସପି କ୍ରୟ କରାଯାଇଛି। ବିଗତ ୧୦ ବର୍ଷ ମଧ୍ୟରେ ଏକ ମଜବୁତ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ଏବଂ ଏହି ମଜବୁତ ଭିତ୍ତିଭୂମି ଉପରେ ଆଗାମୀ ୨୫ ବର୍ଷ ମଧ୍ୟରେ ବିକଶିତ ଭାରତ ନିର୍ମାଣ କରାଯିବ ବୋଲି ସେ କହିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories