www.samajalive.in
Monday, December 15, 2025
27.1 C
Bhubaneswar

୨ କୋଟି ଟଙ୍କାର ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ୨ କୋଟି ଟଙ୍କାର ଜରିମାନା ଲଗାଇଛି । ବ୍ୟାଙ୍କ ଉପରେ ରେଗୁଲଟରୀ ନିୟମର ପାଳନ ନକରିବା ଯୋଗୁଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହା ସହିତ କାନାରା ବ୍ୟାଙ୍କ ଏବଂ ସିଟି ୟୁନିୟନ୍ ବ୍ୟାଙ୍କ ଉପରେ ମଧ୍ୟ କେନ୍ଦ୍ର ବ୍ୟାଙ୍କ ଜରିମାନା ଲଗାଇଛି । କାନାରା ବ୍ୟାଙ୍କ ଉପରେ ୩୨.୩୦ ଲକ୍ଷ ଟଙ୍କା ଏବଂ ସିଟି ୟୁନିୟନ୍ ବ୍ୟାଙ୍କ ଉପରେ ୬୬ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି ।

ରିପୋର୍ଟରେ ଜଣାପଡିଛି କି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କିଛି କମ୍ପାନୀଙ୍କର ୩୦ ପ୍ରତିଶତରୁ ଅଧିକ ପେଡ୍-ଅପ୍ ସେୟାର ପୁଞ୍ଜି ନେଇଥିଲା ଏବଂ ବ୍ୟାଙ୍କିଂ ନିୟମ ଧାରା ଅନୁସାରେ ନିର୍ଦ୍ଧାରିତ ଅବଧି ଅନୁସାରେ ଯେଉଁ ରାଶି ଥିଲା ତାହା ଡିପୋଜିଟର ଏଜୁକେସନ ଏଣ୍ଡ୍ ଆଓ୍ବାରନେସ୍ ଫଣ୍ଡରେ ରଖିନଥିଲା । ରିଜର୍ଭ ବ୍ୟାଙ୍କ କାରଣ ଦର୍ଶାଅ ନୋଟିସ୍ ଦେଇଥିଲା, ଯାହା ପରେ ଯାଞ୍ଚରେ ଏହା ନିର୍ଦ୍ଧାରିତ କରାଗଲା କି ନିୟମର ଉଲ୍ଲଙ୍ଘନ ଯୋଗୁଁ ଏସବିଆଇ ଉପରେ ଜରିମାନା ଲଗାଯିବ ।  ସେହିଭଳି କାନାରା ବ୍ୟାଙ୍କ ଏବଂ ସିଟି ୟୁନିୟନ୍ ବ୍ୟାଙ୍କ ଉପରେ ନିୟମ ଉଲ୍ଲଙ୍ଘନ କରିବା ନେଇ ଜରିମାନା ଲଗାଯାଇଛି ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories