www.samajalive.in
Sunday, December 14, 2025
26.1 C
Bhubaneswar

ନୂଆ ଇଲେକ୍ଟ୍ରିକ୍ କାର୍ ସାମ୍ନାକୁ ଆଣିଲା ରେନୋ, ଥରେ ଚାର୍ଜ କଲେ ଯିବ ୪୦୦ କି.ମି.

ନୂଆଦିଲ୍ଲୀ : ରେନୋ ନିଜ ପ୍ରତିକ୍ଷୀତ ଇଲେକ୍ଟ୍ରିକ୍ କାର୍ ରେନୋ ଆର୫ କୁ ଜେନେଭା ମୋଟର ଶୋରେ ପ୍ରଦର୍ଶିତ କରିଥିଲା । ଏହି କାର୍ ରେନୋର ୧୯୭୨ ମଡେଲରୁ ପ୍ରେରିତ ଏବଂ କମ୍ପାନୀ ଆଶା କରିଛି କି ଏହି ଇଲେକ୍ଟ୍ରିକ୍ ଗାଡି ବିକ୍ରିରେ ବୃଦ୍ଧି ଦେଖିବାକୁ ମିଳିପାରେ । ଏହା ଛୋଟ ସେଡାନ ଶ୍ରେଣୀରେ ଆସିବ ଏବଂ ଏନେଇ କମ୍ପାନୀ ୨୦୨୧ ମସିହାରେ ଘୋଷଣା କରିଥିଲା ।

କମ୍ପାନୀ ଏବେ ଜେନେଭା ମୋଟର ଶୋରେ ନିଜ ନୂଆ ଇଲେକ୍ଟ୍ରିକ୍ କାରକୁ ପ୍ରଦର୍ଶିତ କରିଛି । ୧୯୭୨ରୁ ୧୯୯୮ ମଧ୍ୟରେ କମ୍ପାନୀ ଏହି କାରର ୯୦ ଲକ୍ଷ ୟୁନିଟ୍ ବିକ୍ରି କରିଥିଲା । ଏବେ କମ୍ପାନୀ ଏହି କାରକୁ ଜେନେଭା ମୋଟର ଶୋରେ ସାମ୍ନାକୁ ଆଣିଛି ଏବଂ ବର୍ଷର ମଧ୍ୟ ସୁଦ୍ଧା ଏହାକୁ ବଜାର ପ୍ରବେଶ କରାଇବ । ଏହି କାରକୁ ଥରେ ଫୁଲ ଚାର୍ଜ କଲେ ୪୦୦ କିଲୋମିଟର ଯାତ୍ରା କରିପାରିବ ।

- Advertisement -

ଏହି କାରରେ ଭିଟୁଏଲ୍ ଅର୍ଥାତ୍ ଭେଇକଲ ଟୁ ଲୋଡ୍ ଚାର୍ଜର ସପୋର୍ଟ ମିଳିବ । ଏହା ସହିତ ଏହି କାରର ଓଜନ ୧୫୦୦ କିଲୋରୁ କମ୍ ହୋଇପାରେ । କାରରେ ୩୨୬ ଲିଟର ବୁଟସ୍ପେସ୍ ମିଳିବ । ଏହା ବ୍ୟତୀତ କମ୍ପାନୀ କହିଛି କି କାର ୫୦୦ କିଲୋ ପର୍ଯ୍ୟନ୍ତ ଓଜନ ନେଇପାରିବ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories