www.samajalive.in
Monday, December 8, 2025
14.1 C
Bhubaneswar

ଆଶ୍ରୟ ସ୍ଥଳୀ ପାଲଟିଛି ସ୍ବଚ୍ଛ ଭାରତ ପାଇଖାନା

ଲକ୍ଷ୍ମୀପୁର: ସ୍ବଚ୍ଛ ପରିବେଶ ପାଇଁ ସରକାର ଆରମ୍ଭ କରିଛନ୍ତି ସ୍ବଚ୍ଛ ଭାରତ ଯୋଜନା । ଏଥିପାଇଁ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସ୍ବଚ୍ଛ ଭାରତ ଯୋଜନାରେ ଘରେ ଘରେ ପାଇଖାନା ଯୋଗାଇ ଦିଆଯାଉଛି । କୋରାପୁଟ  ଜିଲା ଲକ୍ଷ୍ମୀପୁର ବ୍ଲକ ଖଟଲାମାରି ଗାଁରେ ଏସବୁ ଏକ ପ୍ରହସନ ପାଲଟିଛି। ସ୍ବଚ୍ଛ ଭାରତ ଯୋଜନାରେ ନିର୍ମିତ ହୋଇଥିବା ପାଇଖାନା ପିଲା ମାନଙ୍କ ଆଶ୍ରୟ ସ୍ଥଳୀ ପାଲଟିଥିବା ଦେଖିବାକୁ ମିଳିଛି । ଗାଁରେ ୧୧ ଟି ପରିବାର ବସବାସ କରୁଛନ୍ତି । ସମସ୍ତେ ଅନୁସୂଚିତ ଜନଜାତି ବର୍ଗର ଓ ଦାରିଦ୍ର୍ୟ ସୀମାରେଖା ତଳେ ।  ଏମାନଙ୍କ ମଧ୍ୟରୁ କେବଳ ଦୁଇଟି ପରିବାରକୁ ଆବସିକ ଯୋଜନା ଘର ମିଳିଛି । ଅନ୍ୟ ମାନେ ଏଥିରୁ ବଞ୍ଚିତ ହୋଇଛନ୍ତି  । ସମସ୍ତେ କୁଲି ମଜୁରୀ କରି ଚଳନ୍ତି । କଣ ପାଇଁ ସମସ୍ତ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇନାହିଁ ତାହା ଆଶ୍ଚର୍ଯ୍ୟର କଥା । ଏହି ଗାଁର ଦୁଇଟି ସ୍ଥାନରେ ଦୁଇ ଗୋଟି ଲେଖାଏଁ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମିତ ହୋଇଛି।  କିନ୍ତୁ ତାହାକୁ ପାଇଖାନା ରୂପେ ବ୍ୟବହାର ନକରି ପିଲା ଓ ବୁଢା ବୁଢୀ ଲୋକମାନେ ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର କରୁଛନ୍ତି । ଅନ୍ୟପକ୍ଷରେ ସରକାର ସମସ୍ତ ଆଦିବାସୀ ପରିବାରକୁ ଆବାସ ଯୋଜନା ଜରିଆରେ ଘର ଯୋଗାଇ ଦେବାକୁ ଡିଣ୍ଡିମ ପିଟୁଛନ୍ତି। ହେଲେ ଏଠାରେ ମାତ୍ର ୧୧ ପରିବାର ଥିଲେ ମଧ୍ୟ , ସମସ୍ତ ପରିବାରକୁ ଆଜି ଯାଏଁ ଏଥିରେ ସାମିଲ୍ କରାଯାଇନାହିଁ ।  ଯାହା ଫଳରେ ଖଟଲାମାରି ଗାଁରେ ଥିବା ଆଦିବାସୀ ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ଏବଂ ସ୍ବଚ୍ଛ ଭାରତ ଯୋଜନାରେ ଉଦ୍ଦିଷ୍ଟ ପାଇଖାନା କୁ ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର କରୁଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories