ଏନଏସି ଘୋଷଣା ଦାବି: ସୋମବାର ବୀରମହାରାଜପୁର ବନ୍ଦ ଡାକରା
ବୌଦ୍ଧ: ଏନଏସି ଘୋଷଣା ଦାବି ପୂରଣ ନହେବାରୁ ପ୍ରତିବାଦ କରାଯାଇଛି। ଦୀର୍ଘ ଦିନର ଦାବି ପରେ ବି ବୌଦ୍ଧ ମନମୁଣ୍ଡା ନୂଆ ଏନଏସି ତାଲିକାରୁ ବାଦ୍ ପଡିବା ପରେ ଅସନ୍ତୋଷ ବଢିଛି। ଏଥିପାଇଁ କଣ୍ଟାମାଳ ବିଧାୟକଙ୍କୁ ମନମୁଣ୍ଡାବାସୀ ଦାୟୀ କରିଛନ୍ତି। ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରିବାକୁ ସ୍ଥାନୀୟ ବାସୀନ୍ଦା ଧମକ ଦେଇଛନ୍ତି । ଏପରିକି ସରକାର ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଆଗାମୀ ନିର୍ବାଚନ ବର୍ଜନ କରିବାକୁ ଧମକ ଦେଇଛନ୍ତି। ସେପଟେ ନୂଆ ତାଲିକାରୁ ବୀରମହାରାଜପୁର ବାଦ୍ ପଡିବା ନେଇ ମଧ୍ୟ ଅସନ୍ତୋଷ ଦେଖାଦେଇଛି। ପୂର୍ବରୁ ଏ ନେଇ ବାରମ୍ବାର ଆନ୍ଦୋଳନ କରାଯାଇଥିଲେ ମଧ୍ୟ ଦାବି ପୂରଣ ନହେବାରୁ ଆସନ୍ତାକାଲି(ସୋମବାର) ବୀରମହାରାଜପୁର ବନ୍ଦ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି ବିଭିନ୍ନ ଦଳର ନେତା।
Comments are closed.