www.samajalive.in
Wednesday, December 10, 2025
16.1 C
Bhubaneswar

ବାରମ୍ବାର ଦେହ ଖରାପ ହେଉଛି କି ? ଆପଣାନ୍ତୁ ଏହି ଉପାୟ

ସ୍ୱାସ୍ଥ୍ୟର ଅବସ୍ଥା ଠିକ ନ ରହିଲେ କୌଣସି କାର୍ଯ୍ୟରେ ଆଗ୍ରହ ଆସିନଥାଏ। ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହେଲେ ବିଭିନ୍ନ ପ୍ରକାର ଜୀବାଣୁ ଓ ଭୂତାଣୁ ଶରୀରକୁ ଅତି ସହଜରେ ଆକ୍ରମଣ କରିଥାଆନ୍ତି। ଫଳରେ ଲୋକେ ବାରମ୍ବାର ରୋଗରେ ପଡ଼ନ୍ତି। ଜୀବାଣୁ ଓ ଭୂତାଣୁ ସହ ଲଢିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ଆମକୁ ସାହାଯ୍ୟ କରିଥାଏ। ତେଣୁ ଏହି ରୋଗ ପ୍ରତିରୋଧକ କ୍ଷମତାକୁ ସଠିକ ରଖିବା ନିହାତି ଆବଶ୍ୟକ ଅଟେ। ଏହା ପାଇଁ ସଠିକ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦେବା ଅତ୍ୟନ୍ତ ଆବଶ୍ୟକ ଅଟେ। ଜାଣନ୍ତୁ କେଉଁ ଖାଦ୍ୟ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢେ….


ରସୁଣ ରସୁଣରେ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସିଡ଼ାଣ୍ଟ ରହିଛି। ଏହା ଆମ ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ।

- Advertisement -


ପାଳଙ୍ଗ ଶାଗ – ପାଳଙ୍ଗ ଶାଗରେ ଥିବା ପୋଷକ ତତ୍ତ୍ୱ ଶରୀରରେ ନୂତନ କୋଷିକା ବା ସେଲ ତିଆରି କରିଥାଏ। ଏଥିରେ ଥିବା ଫାଇବର , ଆଣ୍ଟି ଅକ୍ସିଡ଼ାଣ୍ଟ, ଭିଟାମିନ ସି , ଆଇରନ ରହିଛି। ଯାହା ଆମ ଶରୀରକୁ ସୁସ୍ଥ ରଖିଥାଏ।


ଛତୁ – ଛତୁରେ ଥିବା ପୋଷକ ତତ୍ତ୍ୱ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଏହାକୁ ଖାଇବା ଦ୍ୱାରା ମଧ୍ୟ ଶରୀର ପାଇଁ ଲାଭଦାୟକ ଅଟେ।


ବ୍ରୋକୋଲି – ଥିରେ ଭିଟାମିନ ଏ ଓ ସି ସହ ଅନ୍ୟ ଆଣ୍ଟି ଅକ୍ସିଡ଼ାଣ୍ଟ ମଧ୍ୟ ରହିଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ।
ଏହି ସମସ୍ତ ଖାଦ୍ୟ ବ୍ୟତୀତ ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇବା ପାଇଁ ଅନ୍ୟ କେତେକ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ଅଟେ। ଜାଣନ୍ତୁ ତାହା କ’ଣ….
ଠିକ ସମୟରେ ଶୁଅନ୍ତୁ।
ନିୟମିତ ବ୍ୟାୟାମ କରନ୍ତୁ।
ନିଶାଦ୍ରବ୍ୟର ସେବନ କରନ୍ତୁ ନାହିଁ।
ସବୁଜ ପନିପରିବା ଓ ଫଳ ଖାଆନ୍ତୁ।
କିଛି ସମୟ ସକାଳର ଖରାରେ ରୁହନ୍ତୁ।
ଡ଼ାକ୍ତରଙ୍କ ପରାମର୍ଶ ବିନା କୌଣସି ଔଷଧ ଖାଆନ୍ତୁ ନାହିଁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories