Patra electronics

କାଜୁତୋଟାରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବ୍ରହ୍ମପୁର: ଗଞ୍ଜାମ ଆସିକା ଥାନା କୋଟିବାଡି ଗାଁରେ ଅଭାବନୀୟ ଘଟଣା ଘଟିଛି। ଏକ କାଜୁତୋଟାରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ୪ରୁ ୫ ଦିନ ହେବ ମୃତଦେହଟି ପଡିଥିବାରୁ ଚିହ୍ନଟ କରିବା କଷ୍ଟକର ହୋଇପଡିଛି। ମୃତଦେହ ପଡିଥିବା ସ୍ଥାନର କିଛି ଦୂରରୁ ଏକ ବାଇକ୍ ଜବତ କରାଯାଇଛି। ତେବେ କେହି ହତ୍ୟା କରିବା ପରେ ଯୁବକଙ୍କୁ ଫୋପାଡି ଦେଇଥିବା ଅନୁମାନ କରାଯାଉଛି।

Comments are closed.