www.samajalive.in
Friday, December 5, 2025
20.1 C
Bhubaneswar

ଅବକାରୀ କନଷ୍ଟେବଳଙ୍କୁ ମଦ ମାଫିଆଙ୍କ ମାଡ: ଜଣେ ଗିରଫ

ବ୍ରହ୍ମପୁର:ଅବକାରୀ କନଷ୍ଟେବଳଙ୍କୁ ମଦ ମାଫିଆଙ୍କ ମାଡ ଅଭିଯୋଗ। ଚୋରା ମଦ ବେପାର ହେଉଥିବାର ଖବର ପାଇବା ପରେ ଅବକାରୀ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲେ। ଏତିକିବେ​‌ଳେ କିଛି ମଦ ମାଫିଆ ଅବକାରୀ କନଷ୍ଟେବଳଙ୍କ ଉପରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଏଥିରେ କନଷ୍ଟେବଳ ସବ୍ୟସାଚୀ ମିଶ୍ର ଆହତ ହୋଇଛନ୍ତି। ଏକ ବନ୍ଦ ମଦ ଦୋକାନ ନିକଟରେ କିଛି ଦୁର୍ବୁତ୍ତ ଏକ ବ୍ୟାଗରେ ମଦ ରଖି ବିକ୍ରି କରୁଥିବା ଦେଖି ସେ ମୋବାଇଲରେ ତାର ଭିଡିଓ କରୁଥିଲେ। ଏହା ଦେଖି ଦୁର୍ବୁତ୍ତ ମାନେ ତାଙ୍କୁ ଆକ୍ରମଣ କରିବାକୁ ଗୋଡାଇ ଥିଲେ । ସବ୍ୟସାଚୀ ୟୁନିଫର୍ମରେ ନଥିବାରୁ ଦୁର୍ବୁତ୍ତମାନେ ଚିହ୍ନି ପାରିନଥିଲେ। ଦୁର୍ବୁତ୍ତଙ୍କ ଆକ୍ରମଣରେ ସବସାଚୀଙ୍କ ଆଖି ପତାରେ ଗଭୀର ଆଘାତ ଲାଗିଛି। ଏ ନେଇ ୫ ଜଣଙ୍କ ନାଁରେ ଟାଉନ୍ ଥାନାରେ ଏତଲା ହୋଇଛି। ପୁଲିସ୍ ଘଟଣାରେ ଜଣଙ୍କୁ ଗିରଫ କରି ଅଫିସ ତଦନ୍ତ ଜାରି ରଖିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories