www.samajalive.in
Friday, December 12, 2025
15.1 C
Bhubaneswar

ମହିଳାଙ୍କ ବେକରୁ ମଙ୍ଗଳସୂତ୍ର, ସୁନା ଚେନ ଝାମ୍ପି ନେଲେ ଦୁର୍ବୃତ୍ତ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଡୁରା ଛକ ନିକଟରେ ରବିବାର ଅପରାହ୍ନ ପ୍ରାୟ ୩ଟାରେ ଜଣେ ମହିଳାଙ୍କ ବେକରୁ ମଙ୍ଗଳ ସୂତ୍ର ଓ ସୁନା ଚେନ ଦୁର୍ବୃତ୍ତ ମାନେ ଝାମ୍ପି ନେଇଛନ୍ତି। ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ବ୍ରହ୍ମପୁର ଅରବିନ୍ଦ ନଗରର ପ୍ରମିଳା ପାଢ଼ୀ ତାଙ୍କ ସ୍ୱାମୀଙ୍କ ସହ ଏକ ସ୍କୁଟିରେ ଗୋପାଳପୁରର ଏକ ହୋଟେଲକୁ ଜନ୍ମଦିନ ଭୋଜିକୁ ଯାଇଥିଲେ। ସେଠାରୁ ବ୍ରହ୍ମପୁର ଫେରୁଥିବାବେଳେ ଡୁରା ଛକ ନିକଟରେ ପଛପଟୁ ଦୁଇ ଜଣ ଅଜଣା ଯୁବକ ଏକ ବାଇକରେ ଦ୍ରୁତ ଗତିରେ ଆସି ମହିଳାଙ୍କ ବେକରୁ ୨୪ ଗ୍ରାମର ସୁନା ମଙ୍ଗଳ ସୂତ୍ର ସହ ୧୭ ଗ୍ରାମର ସୁନା ଚେନ ଝାମ୍ପି ଛତ୍ରପୁର ଅଭିମୁଖେ ଚାଲି ଯାଇଥିଲେ। ପରେ ସ୍ୱାମୀ ବଂଶୀଧର ପାଢ଼ୀ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ପୁଲିସ କେସ ନମ୍ବର ୩୦୭/୨୪ରେ ମାମଲା ରୁଜୁ କରିବା ସହିତ ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରି ତଦନ୍ତ କରୁଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories