www.samajalive.in
Thursday, December 11, 2025
15.1 C
Bhubaneswar

ଗେଣ୍ଡୁ ଫୁଲ ଚାଷ ନିମନ୍ତେ ତାଲିମ ପ୍ରଦାନ

ଫୁଲବାଣୀ : କନ୍ଧମାଳ ଜିଲା ବାଲିଗୁଡ଼ା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ବିଭାଗ ପକ୍ଷରୁ କ ନୂଆଗାଁ ବ୍ଲକ ମହାସିଂ ପଞ୍ଚାୟତ ଲିମାର ପଦର ଗ୍ରାମଠାରେ ମୁଖ୍ୟମନ୍ତ୍ରୀ ଜନ ଜାତି ଜୀବିକା ମିଶନ ଜରିଆରେ ଗେଣ୍ଡୁ ଫୁଲ ଚାଷ ନିମନ୍ତେ ଏକ ଦିବସୀୟ ତାଲିମ୍ ଓ ଖେତ୍ର  ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପ୍ରକଳ୍ପ ପ୍ରବନ୍ଧକ ସମୀର ନାୟକ, ଆଇଟି ଡିଏ କୃଷି ଅଧିକାରୀ ରାଜେସ ପ୍ରଧାନ ଯୋଗଦେଇଥିଲେ  । ପ୍ରଶାସନ ପକ୍ଷରୁ ଚାଷୀ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ଚଳିତ ବର୍ଷ ୭ଟି ବ୍ଲକର ୬୫ ଏକର ଚାଷ ଜମିରେ ଗେଣ୍ଡୁ ଫୁଲ ଚାଷ କରିବା ନିମନ୍ତେ ଧାର୍ଯ୍ୟ କରାଯାଇଛି ।

- Advertisement -

ଚାଷୀଙ୍କ ଚାଷ ଜମିରେ ଏକର ପିଛା ୧୮  ହଜାର ଗେଣ୍ଡୁ ଫୁଲ ଚାରା ସହ ନିମ୍ବ ପୀଡ଼ିଆ, ସାର, ଲିମ୍ବ ତେଲ ମାଗଣା ପ୍ରଦାନ କରାଯାଉଥିବା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଉପସ୍ଥିତ ଚାଷୀଙ୍କୁ ସୂଚନା ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ଲିମାର ପଦର ଚାଷ ଜମିରେ କିଭଳି ଗେଣ୍ଡୁ ଫୁଲ ଚାରା ରୋପଣ କରାଯାଏ ସେ ନେଇ ଚାଷୀଙ୍କୁ ହଟିକଲଚର ଏଏଚଓ ବିଭୁଦତ ବିଶ୍ୱାଳ, ନୀଳାଚଳ ପଣ୍ଡା ତାଲିମ୍ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାତଟି ବ୍ଲକର ଏକ୍ସପୋର୍ଟ ଏବଂ ବାଲିଗୁଡ଼ା, ତୁମୁଡିବନ୍ଧ, କ ନୂଆଗାଁ, ଦାରିଙ୍ଗବାଡି, ରାଇକିଆ, ଟିକାବାଲି, ଚକାପାଦ ଭଳି ୭ଟି ବ୍ଲକର ଚାଷୀ ଉପସ୍ଥିତ ରହି ଗେଣ୍ଡୁ ଫୁଲ ଚାଷ ନିମନ୍ତେ ତାଲିମ୍ ନେଇଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories