www.samajalive.in
Monday, December 8, 2025
27.1 C
Bhubaneswar

ଖାଦ୍ୟ ମେଳାରେ ୩୦ ପ୍ରକାର ପାରମ୍ପରିକ ଖାଦ୍ୟ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକାବାଲିଠାରେ ଏକ ପାରମ୍ପରିକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଟିକାବାଲି ଶ୍ରୀ ଅନ୍ନ କାର୍ଯ୍ୟକ୍ରମର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ୩୦ ପ୍ରକାର ସୁସ୍ୱାଦୁ ଖାଦ୍ୟ ପ୍ରଦର୍ଶିତ ହୋଇଥିଲା। କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ ଉଦ୍‌ଘାଟନ କରିଥିବା ବେଳେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲିପ କୁମାର କହଁର, କନ୍ଧମାଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତୁଷାରକାନ୍ତି ସାମଲ, ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲା ଶିକ୍ଷା ଅଧିକାରୀଙ୍କ ଭଳି ବହୁ ଅତିଥିମାନେ ଯୋଗଦେଇ ମହିଳାମାନଙ୍କୁ ପାରମ୍ପରିକ ଖାଦ୍ୟ ଉପରେ ପଚାରି ବୁଝିଥିଲେ। ପାରମ୍ପରିକ ଢାଞ୍ଚାରେ ପ୍ରସ୍ତୁତ ମାଣ୍ଡିଆ ଦାନ୍ତଖିଲି, ନିମିକି, ପତ୍ର ପିଠା, ରାଷ୍କୋ, ମହୁ ଘର, ମଣ୍ଡା ପିଠା, ପତ୍ର ପୋଡା, କଖାରୁ ପୋଡ ପିଠା, କୁଏରି ଭାତ, ସଜନା କାଞ୍ଜି, ମକା ଲଡୁ, କୁଏରି କ୍ଷୀରି, ବଦାଲି କାଞ୍ଜି ଆଦି ପ୍ରଦର୍ଶିତ ହୋଇଥିଲା। ଇଂ. ହରିଶଙ୍କର ରାଉତ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହାର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ସ୍ୱଧର୍ମ ରାଉତ ପରିଚାଳନା କରିଥିବାବେଳେ ଅନ୍ୟ କର୍ମୀମାନେ ସହଯୋଗ କରିଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories