www.samajalive.in
Wednesday, December 10, 2025
16.1 C
Bhubaneswar

କୋଭିଡ୍‌ ୧୯ ହୋଇଥିବା ବେଳେ ଆୟୁର୍ବେଦିକ ଔଷଧ ଖାଇ ଶୀଘ୍ର ଠିକ୍‌ ହୋଇଥିଲେ ପ୍ରଧାନବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ – କୋଭିଡ୍‌ ୧୯ ହୋଇଥିବା ବେଳେ ଆୟୁର୍ବେଦିକ ଔଷଧ ଖାଇ ଶୀଘ୍ର ଭଲ ହୋଇଥିବା କଥା ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ କହିଛନ୍ତି । ତାଙ୍କୁ କୋଭିଡ୍‌ ହୋଇଥିବା ବେଳେ ସେ ଆୟୁଷରୁ ଔଷଧ ନେଇଥିଲେ । ଦ୍ୱିତୀୟ ଏବଂ ତୃତୀୟ ଥର କୋଭିଡ୍‌ ହେବା ବେଳେ ମଧ୍ୟ ସେ ଆୟୁର୍ବେଦିକ ଔଷଧ ଖାଇ ଶୀଘ୍ର ଆରୋଗ୍ୟ ହୋଇଥିବା କଥା କହିଛନ୍ତି ।

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କଲ୍‌ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଥିଲେ । ବୈଦଙ୍କ ସହ ସେ କଥାବାର୍ତ୍ତା କରାଇବା ସହ ଔଷଧ ମଧ୍ୟ ପଠାଇଥିବା କଥା ସେ କହିଛନ୍ତି । ପ୍ରଧାନବିଚାର ପତି ଜଷ୍ଟିସ ଚନ୍ଦ୍ରଚୂଡ ନୂଆଦିଲ୍ଲୀରେ ଆୟୁଷ ବିଭାଗର ଏକ ଓ୍ୱେଲନେସ୍‌ କେନ୍ଦ୍ର ଉଦ୍‌ଘାଟନ ସମୟରେ ଏହି କଥା କହିଛନ୍ତି ।

- Advertisement -

ସରକାରୀ ସଂଖ୍ୟା ଅନୁସାରେ ଭାରତରେ କରୋନାରେ ୫ ଲକ୍ଷ ୩୩ ହଜାର ୪୭୬ ଜଣ ବ୍ୟକ୍ତଙ୍କର ମୃତ୍ୟୁ ହୋଇଛି । ୨୨୦ କୋଟି ୬୭ ଲକ୍ଷ ୨୧ଟି କୋଭିଡ୍‌ ଟିକା ଲୋକଙ୍କୁ ପ୍ରଥମ ଏବଂ ଦ୍ୱିତୀୟ ଦଫାରେ ଦିଆଯାଇଛି ।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories