www.samajalive.in
Tuesday, December 9, 2025
15.1 C
Bhubaneswar

କଲ୍ୟାଣସିଂହପୁରରେ ବୃଦ୍ଧି ପାଉଛି ମାଙ୍କଡ଼ଙ୍କ ଉତ୍ପାତ, ବନବିଭାଗ ଚୁପ୍

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ମାଙ୍କଡ଼ଙ୍କ ଉତ୍ପାତ ଦିନକୁ ଦିନ ଅସହ୍ୟ ହେଉଥିବା ବେଳେ ଏହାକୁ ଦେଖି ବନ ବିଭାଗ ଚୁପ୍ ରହିଥିବା ଅଭିଯୋଗ ହେଉଛି । ଗୁରୁବାର ସକାଳ ୯ଟା ସମୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ପାଢ଼ୀ(୬୫) କୌଣସି କାର୍ଯ୍ୟରେ ଘରୁ ବାହାରି ବଜାର ଆସୁଥିବାବେଳେ ତାଙ୍କ ଘର ପାଖରେ ଏକ ବୁଢା ମାଙ୍କଡ଼ ତାଙ୍କ ଉପରକୁ ଡେଇଁ କାନ୍ଧରେ ବସି ମୁଣ୍ଡର ପଛଭାଗ, ହାତ ଓ ପିଠିକୁ ଆକ୍ରମଣ କରିଛି । ଏହାକୁ କିଛି ଯୁବକ ଦେଖି ମାଙ୍କଡ଼କୁ ଘଉଡାଇ ଥିଲେ । ପାଢ଼ୀ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ରାୟଗଡା ସ୍ଥାନାନ୍ତର ହୋଇଛନ୍ତି । ମାଙ୍କଡ଼ମାନେ ସବୁବେଳେ ରାଜରାସ୍ତା, ଘର, ବିଭିନ୍ନ ଫଳଦୋକାନ, ପାନଦୋକାନ, ପରିବା ଓ ତେଜରାତି ଦୋକାନରେ ପଶି ଜିନିଷ ଖାଇବା ସହ ନେଇ ଯାଉଛନ୍ତି । ସେମାନଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଟା କଲେ ଦଳ ହୋଇ ଆକ୍ରମଣ କରୁଛନ୍ତି । ସକାଳୁ ମାଙ୍କଡ଼ମାନେ ରାଜରାସ୍ତାରେ ବସି ରହୁଛନ୍ତି । ସେହି ସମୟରେ ବିଦ୍ୟାର୍ଥୀ ଓ ଦେବାଳୟକୁ ଆସୁଥିବା ଭକ୍ତମାନଙ୍କୁ ଆକ୍ରମଣ କରୁଛନ୍ତି । ଏନେଇ ପୂର୍ବରୁ ବନପାଳ, ବନାଞ୍ଚଳ ଅଧିକାରୀ, ଡିଏଫଓ ଏବଂ ଜିଲାପାଳଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିବା ପରେ ୨୦୨୩ ମସିହା ମାର୍ଚ୍ଚ ୧୫ତାରିଖରୁ କିଛିଦିନ ଧରି ମାଙ୍କଡ଼ ଧରିବାକୁ ପ୍ରୟାସ ଆରମ୍ଭ କରିଥିଲେ । କିନ୍ତୁ ବନ କର୍ମଚାରୀମାନେ ପାରାଗାର୍ଡଙ୍କୁ ନେଇ କିଛି ମାଙ୍କଡ଼ଙ୍କୁ ଧରି ନିକଟସ୍ଥ ଜଙ୍ଗଲରେ ଛାଡିଥିଲେ । ଯାହା ଫଳରେ ପୁଣି ମାଙ୍କଡ଼ମାନେ ଆସି ଦଳ ଦଳ ହୋଇ ବୁଲିବା ସହ ଲୋକଙ୍କୁ ଓ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରୁଛନ୍ତି । ଏନେଇ ବନବିଭାଗ ପକ୍ଷରୁ ତୁରନ୍ତ କୌଣସି ପଦକ୍ଷେପ ଗ୍ରହଣ କରନ୍ତୁ । ନହେଲେ ଆଗାମୀ ଦିନରେ ବନଖଣ୍ଡ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କହିଛନ୍ତି । ଏ ବିଷୟରେ ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗଙ୍କୁ ପଚାରିବାରୁ ସେ କହିଛନ୍ତି, ବହୁତ ଲୋକଙ୍କୁ ଆକ୍ରମଣ କରିଛି। କାହାର ହାତ ଭାଙ୍ଗିଛି, ତ ଆଉ କାହାର କେଉଁଠି କ୍ଷତ ହୋଇଛି। ବିଗତ ବର୍ଷ ମାଙ୍କଡ଼ ଧରି ଛାଡିଥିଲୁ, ସେମାନେ ପୁଣି ଚାଲି ଆସିଛନ୍ତି । ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ମାଙ୍କଡ଼ ଧରିବା ବ୍ୟବସ୍ଥା କରାଯିବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories