ଚିକାଗୋ ମାଗାଜିନ୍ର ଶ୍ରେଷ୍ଠ ୫୦ ତାଲିକାରେ ଭାରତୀୟ ବଂଶୋଦ୍ଭବ
ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ ବଂଶୋଦ୍ଭବମାନେ ସାରା ବିଶ୍ଵରେ ନିଜକୁ ପ୍ରମାଣିତ କରୁଛନ୍ତି । ଏମିତି ଜଣେ ଭାରତୀୟ ହେଉଛନ୍ତି ରାଜା କୃଷ୍ଣମୂର୍ତ୍ତି । ରିପୋର୍ଟ ଅନୁଯାୟୀ, ଆମେରିକାର ଚିକାଗୋ ମାଗାଜିନରେ ଚିକାଗୋର ୫୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ପ୍ରକାଶ ପାଇଛି। ଏହି ତାଲିକାରେ ରାଜ୍ କୃଷ୍ଣମୂର୍ତ୍ତି ୨୪ ନମ୍ବରରେ ରହିଛନ୍ତି। ଚିକାଗୋ ହେଉଛି ଆମେରିକାର ସବୁଠାରୁ ବଡ ସହର । ଏହି ମାଗାଜିନରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଇଲିନୋଇସ୍ ରାଜ୍ୟର ରାଜ୍ୟପାଳ ଜେ.ବି ପ୍ରିଟଜକର ପ୍ରଥମ ସ୍ଥାନରେ ଅଛନ୍ତି । ସେହିପରି ଦ୍ୱିତୀୟ ସ୍ଥାନରେ ଚିକାଗୋ ନଗର ମେୟର ବ୍ରେଣ୍ଡନ୍ ଜନସନ ସ୍ଥାନ ପାଇଛନ୍ତି । ୧୯୭୩ ଜୁଲାଇ ୧୯ରେ ଏକ ତାମିଲ ପରିବାରରେ ରାଜା କୃଷ୍ଣମୂର୍ତ୍ତି ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଇଲିନୋଇସର ବ୍ରାଡଲେ ୟୁନିଭରସିଟିର ପ୍ରଫେସର ଥିଲେ। ଯେତେବେଳେ ତାଙ୍କୁ ତିନିମାସ ହୋଇଥିଲା, ସେତେବେଳେ ତାଙ୍କ ପିତା ନୂଆଦିଲ୍ଲୀରୁ ନ୍ୟୁୟର୍କ ଆସିଥିଲେ । ୧୯୮୦ ଦଶକରେ କୃଷ୍ଣମୂର୍ତ୍ତିଙ୍କ ପରିବାର ନ୍ୟୁୟର୍କରୁ ଇଲିନାଁଇସକୁ ସ୍ଥାନାନ୍ତର ହୋଇଥିଲେ। ପତ୍ରିକା ଅନୁଯାୟୀ, ହାର୍ଭାର୍ଡରେ ଅଧ୍ୟୟନ କରିବା ପରେ କୃଷ୍ଣମୂର୍ତ୍ତି କିଛି ଦିନ ଆଇନ ଅଭ୍ୟାସ କରିଥିଲେ । ଏବଂ ୨୦୦୦ରେ ବାରାକ ଓବାମାଙ୍କ ପ୍ରଚାର ଅଭିଯାନରେ ଯୋଗ ଦେଇଥିଲେ। ୨୦୧୨ ମସିହାରେ କୃଷ୍ଣମୂର୍ତ୍ତି ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । କିନ୍ତୁ ସେତେବେଳେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ୨୦୧୬ ମସିହାରେ ସେ ଡିଷ୍ଟ୍ରିକ୍ଟ -୮ ଆସନରୁ ଜିତିଥିଲେ । ବର୍ତ୍ତମାନ କୃଷ୍ଣମୂର୍ତ୍ତି ଜଣେ ଆମେରିକାର ସାଂସଦ।
Comments are closed.