www.samajalive.in
Saturday, December 6, 2025
17.1 C
Bhubaneswar

ମଦ୍ୟପ ଡ୍ରାଇଭର ହେବେ ସାବାଡ୍: ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପୁଲିସ୍ ପକ୍ଷରୁ ଚେକିଂ ଜୋର୍‌ଦାର୍‌

ଭୁବନେଶ୍ବର: ମଦ ପିଇ ଗାଡି ଚଲାଉଥିଲେ ସାବଧାନ୍ । ମଦ୍ୟପ ଡ୍ରାଇଭର ଧରାପଡିଲେ ଆଉ ନିସ୍ତାର ନାହିଁ। ରାଜଧାନୀରେ ବ୍ଲକିଂ ଆଉ ଚେକିଂକୁ ଜୋରଦାର କରାଯାଇଛି। ବିଭିନ୍ନ ଛକ ସ୍ଥାନ ମାନଙ୍କରେ କମିଶନରେଟ୍ ପୁଲିସ୍‌ ପକ୍ଷରୁ କଡାକଡି ଭାବେ ଚେକିଂ କରାଯାଉଛି। ଗାଡି ଚାଳକ ମାନେ କେତେ ପରିମାଣର ମଦ ପିଇ ଗାଡି ଚଳାଉଛନ୍ତି , ତାହା ଯାଞ୍ଚ କରାଯାଉଛି। ଭୁବନେଶ୍ବରର ଝାରପଡା , କଳ୍ପନା ଛକ , ଚନ୍ଦ୍ରଶେଖରପୁର , ପଟିଆ ଛକ , ସୁନ୍ଦରପଦା ଏବଂ କ୍ୟାପିଟାଲ, ଲିଙ୍ଗରାଜ୍ , ଖଣ୍ଡଗିରି ଏୟାରଫିଲ୍ଡ ଥାନା ଅଧିନରେ ଥିବା ବିଭିନ୍ନ ଛକ ସ୍ଥାନ ମାନଙ୍କରେ ପୁଲିସ୍ ଜଗି ରହୁଛି। ଏବଂ ଧରାପଡିଲେ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ମଦ ପିଇ ଗାଡି ଚଲାଇଲେ ଅନେକ ଦୁର୍ଘଟଣାମାନ ଘଟୁଛି। ଯାହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ଏଭଳି ପଦକ୍ଷେପ ନେଇଛି। ସେପଟେ ରାଜଧାନୀରେ ଲୋକ ମାନଙ୍କୁ ସୁରକ୍ଷା ଦେବା ପୁଲିସର କର୍ତ୍ତବ୍ୟ ବୋଲି କହିଛନ୍ତି ଡିସିପି ପ୍ରତୀକ୍ ସିଂହ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories