www.samajalive.in
Saturday, December 6, 2025
26.1 C
Bhubaneswar

ବିବାହର ୨୦ବର୍ଷ ପରେ ସ୍ୱାମୀଙ୍କ ଠାରୁ ଅଲଗା ହେବେ କି ଦିବ୍ୟା ଖୋସଲା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଦିବ୍ୟା ଓ ତାଙ୍କ ସ୍ୱାମୀ ଭୂଷଣ କୁମାରଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବା ଖବର ଶିଣୁବାକୁ ମିଳିଛି। ଟି-ସିରିଜର ମାଲିକ ହେଉଛନ୍ତି ଭୂଷଣ କୁମାର। ଏବେ ଦିବ୍ୟା ନିଜର ସୋସିଆଲ ମିଡିଆ ଆକାଉଣ୍ଟରୁ ‘କୁମାର’ ଉପନାମ ହଟାଇ ଦେଇଛନ୍ତି। ଟି-ସିରିଜ କୁ ମଧ୍ୟ ବ୍ଲକ କରିଛନ୍ତି ଦିବ୍ୟା। ଏଭଳି ସ୍ଥଇତିରେ ଦିବ୍ୟା-ଭୂଷଣ ପରସ୍ପର ଠାରୁ ଅଲଗା ହେବା ନେଇ ଚର୍ଚ୍ଚା ହେଉଛି।
ଦିବ୍ୟା ବର୍ତ୍ତମାନ ନିଜର ଆଗାମି ଫିଲ୍ମ ‘ହିରୋ ହିରୋଇନ୍‍’ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି। ବଲିଉଡରେ ଅନେକ ସୁପରହିଟ୍‍ ଫିଲ୍ମ କରିବା ପରେ ଏବେ ସାଉଥ ଚଳଚିତ୍ରରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ଦିବ୍ୟା। ଏହି ଫିଲ୍ମ ଜରିଆରେ ସେ ସାଉଥ୍‍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି। ୧୩ ଫେବୃଆରୀ ୨୦୦୫ରେ ଦିବ୍ୟା-ଭୂଷଣ କୁମାର ବୈଷ୍ଣବଦେବୀ ମନ୍ଦିରରେ ବିବାହ କରିଥିଲେ। ଭୂଷଣ କୁମାର ହେଉଛନ୍ତି ସ୍ୱର୍ଗତ ଗୁଲଶନ କୁମାରଙ୍କ ପୁଅ ଏବଂ ଦିବ୍ୟା ତାଙ୍କ ବୋହୂ। ବର୍ତ୍ତମାନ ବିବାହର ଦୀର୍ଘ ବର୍ଷ ପରେ ଉଭୟଙ୍କ ଛାଡପତ୍ର ନେଇ ସୋସିଆଲ ମିଡିଆରେ ବେଶ କଳ୍ପନା ଜଳ୍ପନା ଲାଗି ରହିଛି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories