ପାନପୋଷ କ୍ରୀଡା ଛାତ୍ରାବାସ ପରିଦର୍ଶନ କଲେ ୫ଟି ଅଧ୍ୟକ୍ଷ

ସମାଜ ଡିଜିଟାଲ ଡେସ୍କ: ଗୁରୁବାର ସକାଳୁ ସୁନ୍ଦରଗଡ ଜିଲା ପାନପୋଷ କ୍ରୀଡା ଛାତ୍ରାବାସ ପରିଦର୍ଶନ କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେଠାରେ ଖେଳାଳିମାନେ ୫ଟି ଅଧ୍ୟକ୍ଷଙ୍କୁ ସ୍ୱାଗତ କରି ଛାତ୍ରାବାସ ପରିସରକୁ ନେଇଥିଲେ। ଛାତ୍ରାବାସର ବିଭିନ୍ନ ସ୍ଥାନ ବୁଲି ଅନୁଧ୍ୟାନ କରିଥିଲେ ୫ଟି ଅଧ୍ୟକ୍ଷ। ଟ୍ରେନିଂ ରୁମ୍‍, କ୍ୟାଣ୍ଟିନ, ଖେଳାଳି ରହୁଥିବା ରୁମ୍‍ରେ ସମସ୍ତ ପ୍ରକାର ଉନ୍ନତ୍ତ ଭିତ୍ତିଭୂମି ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରାବାସରେ ଖେଳିଳୀଙ୍କୁ ତାଲିମ ପ୍ରଦାନ କରାଯାଉଥିବାରୁ ଏଠାରେ ତାଲିମ ନେଇ ୬୦ ରୁ ଅଧିକ ଖେଳାଳି ଅନ୍ତର୍ଜାତୀୟ ସ୍ତରରେ ହକି ଖେଳି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ନେଉଥିବା ପଦକ୍ଷେପକୁ ପ୍ରଶଂସା କରିବା ସହ ୫ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ ଖେଳାଳି।

Comments are closed.